ବ୍ଲକ ସ୍ତରୀୟ ମୋ ଘର ଯୋଜନା କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟରେ ଥିବା ଗରିବ ଓ ନିମ୍ନ ମଧ୍ୟବିତ ଲୋକଙ୍କ କୋଠା ଘର ସ୍ୱପ୍ନକୁ ସାକାର କରିବା ପାଇଁ ଓଡିଶା ସରକାର ମୋ ଘର ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଅବସରରେ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ସୁଶାନ୍ତ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ମୋ ଘର ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକରେ କୈାଣସି ପଚାଂୟତରେ କଚ୍ଚା ଘର ରହିବ ନାହିଁ, କୈାଣସି କାରଣ ବସତଃ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଯାଇଛନ୍ତି ଯାହାଫଳରେ ସେମାନେ କଚ୍ଚାଘରେ ରହି ସେମାନେ ପକ୍କା ଘର କରିପାରିନାହାନ୍ତି ସେମାନଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାଯିବ । ଏନେଇ ସମସ୍ତ ଯୋଗ୍ୟ ହିତାଧିକାରୀମାନେ ଆସନ୍ତା ୧୬ ତାରିଖରୁ ଅନଲାଇନରେ ଆବେଦନ କରିବେ । ପ୍ରତି ପଚାଂୟତରେ ଏକ ଟିମ ଗଠନ ହେବ ଏଥିରେ ପିଇଓ,ଜିଆରଏସ, ଏବବିକେ ଓ ସ୍ୱୟଂ ସହାୟକ ସଦସ୍ୟକୁ ନେଇ ଗଠନ ହେବ । ଏହିମାନେ ସେମାନଙ୍କ ନିଜ ନିଜ ପଚାଂୟତରେ ପ୍ରତ୍ୟେଘ ଘରକୁ ଘର ବୁଲିବେ । ଏହି ଯୋଜନାରେ ୪ପ୍ରକାରର ଋଣ ୧ ଲକ୍ଷ, ୧.୫ ଲକ୍ଷ, ୨ଲକ୍ଷ ଓ ୩ ଲକ୍ଷ ଟଙ୍କା ମାଧ୍ୟମରେ ନୂତନ ଗୃହର ନିର୍ମାଣ ,ସମ୍ପ୍ରସାରଣ,ସମ୍ପୂର୍ଣ୍ଣକରଣ ଓ ଉନ୍ନତିକରଣ । ଋଣ ଅର୍ଥ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସବସିଡି ମିଳିବ । ଏସି,ଏସଟି ଓ ଭିନ୍ନକ୍ଷମ ପାଇଁ ଅତିରିକ୍ତ ସବସିଡି ରହିଛି । ସେମାନେ ଆବେଦନ କରିବା ସମୟରେ ସମସ୍ତ ଡକ୍ୟୁମେଂଟ ଅନଲାଇନରେ ଆବେଦନ କରିବେ । ସେମାନେ ଆରଏଚ ପୋର୍ଟାଲ କିମ୍ବା ମୋ ସେବା କେନ୍ଦ୍ରରେ ଆବେଦନ କରିବେ । ଏହି ସବୁ ଆବେଦନ ବ୍ଲକରେ ଯାଂଚ ହୋଇ ତଦନ୍ତ ପରେ ବ୍ୟାଙ୍କକୁ ପଠାଯିବ ବୋଲି ବିଡିଓ କହିଥିଲେ । ଯେଉଁ ବ୍ୟକ୍ତିଙ୍କ ମାସିକ ୨୫ ହଜାର ଟଙ୍କା ଆୟରୁ କମ ହେଉଥିବ, କୈାଣସି ସରକାରୀ କର୍ମଚାରୀ ନଥିବେ,୫ ଏକର ଜଳସେଚିତ ଜମି କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଥିବ,କଚ୍ଚା ଘର କିମ୍ବା ଗୋଟିଏ ବଖରା ଛାତ ଉପରେ ରହୁଥିବା ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ଜୟଶ୍ରୀ ନାୟକ,ସହକାରୀ ଯନ୍ତ୍ରୀ ଲଗ୍ନଜୀତ ସାହୁଙ୍କ ସମେତ ପିଇଓ,ଜିଆରଏସ ,ମିଶନ ଶକ୍ତି ସଦଶ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ