ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍):ଗଂଜାମ ଜିଲ୍ଲା୍ ଓଷ୍ଠା ତରଫରୁ ବୁଧବାର କେ.ସି ହାଇସ୍କୁଲ ଠାରେ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨ ଗୋଟି ମାଧ୍ୟମିକ ବିଦ୍ୟାଳୟର ବିଦ୍ୟାର୍ଥୀ ଯୋଗ ଦେଇଥିବା ବେଳେ ଏଥି ମଧ୍ୟରୁ ଆୟୋଜନ ପ୍ରତିଯୋଗିତାରେ କୃତିଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ସଭାରେ କ୍ଲବ ସଭାପତି ଗୈାରୀ ଶଙ୍କର ,ପାଣିଗ୍ରାହି, ଆସନ ଅଳଙ୍କୃତ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ହୃଷିକେଶ ନନ୍ଦ,ମୁଖ୍ୟବକ୍ତା ସୁଦିପ୍ତ କୁମାର ସାହୁ,ସମେତ ଓଷ୍ଠାରର ନିମନ୍ତ୍ରିତ ସଭ୍ୟ ସୁସାନ୍ତ କୁମାର ପଟ୍ଟନାୟକ,ରମେଶ ଚନ୍ଦ୍ର ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ଓଷ୍ଠାର ସଂପାଦକ ଶ୍ରୀ ଗୈାରୀ କୁମାର ମିଶ୍ର, ଅତିଥି ମାନଙ୍କ ପରିଚୟ ପତ୍ର ପ୍ରଦାନ କରିଥିଲେ ।


