ବ୍ଲକ ସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ
କୋଦଳା :(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ବେଗୁନିଆପଡ଼ା କଣ୍ଟାବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ବ୍ଲକ ସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବେଗୁନିଆପଡ଼ା ବ୍ଲକର ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ଶତପଥୀ ଗଞ୍ଜାମ ଜିଲ୍ଲା ତଥା ରାଜ୍ୟ ଶିକ୍ଷକ ସଂସ୍କୃତ ସଭାପତି ଭାବେ ଦାୟିତ୍ୱ ନେଇଥିବାରୁ ସମ୍ମିଳନୀରେ ଖୁସିପ୍ରକଟ କରିଥିଲେ । ଶ୍ରୀଯୁକ୍ତ ଶତପଥୀ ବ୍ଲକ ସଭାପତି ଦାୟିତ୍ୱରୁ ଅବ୍ୟାହତି ଘୋଷଣା କରିବାପରେ ବ୍ଲକ କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ସଭାପତି ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାଶ (ଚିଙ୍ଗୁଡିଖୋଲ ହାଇସ୍କୁଲ )ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାଶ (କାଣ୍ଟା ବାଳିକା ହାଇସ୍କୁଲ, ବେଗୁନିଆପଡା ) କୋଷାଧକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା (ହାଇସ୍କୁଲ ଅଙ୍ଗାରଗାଁ )ସଭ୍ୟ ଶ୍ରୀଯୁକ୍ତ ଲଳିତ ମୋହନ ସାହୁ, ଶ୍ରୀଯୁକ୍ତ ପ୍ରବୋଧ ଚନ୍ଦ୍ର ମୁଦ୍ରା, ଶ୍ରୀମତୀ ପୁଷ୍ପାଞ୍ଜଳି ସେଠୀ,ଶ୍ରୀମତୀ ମଧୁସ୍ମିତା ପଣ୍ଡା ପ୍ରମୁଖ ମନୋନୟନ କରାଯାଇଛି । ପରିଶେଷରେ ଛାତ୍ରୀଛାତ୍ରଙ୍କ ଓ ଶିକ୍ଷକଙ୍କ ସମସ୍ୟା ଆଲୋଚନା କରାଯାଇଛି।


