ବ୍ଲକ ସ୍ତରୀୟ ସଙ୍କୀର୍ତ୍ତନ ମଣ୍ଡଳୀ ଗଠିତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଜଗନ୍ନାଥ କଳାସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଜଳହରି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଚନ୍ଦ୍ରମଣି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସଂଯୋଜକ ବିଜୟ କୁମାର ଓଝା, ଉପସଭାପତି ମାନଗୋବିନ୍ଦ ଦାସ, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଯୋଗଦେଇ ବୈଠକ ଆଭିମୁଖ୍ୟ ସମ୍ପର୍କରେ ମତଦେଇଥିଲେ । ବିଶେଷକରି ବ୍ଲକ ସ୍ତରୀୟ ସଂଙ୍କୀର୍ତ୍ତନ ମଣ୍ଡଳୀ ଗଠନ ପାଇଁ ଉପସ୍ଥିତ ବକ୍ତାମାନେ ବିଭିନ୍ନ ମତଦେଇଥିଲେ । ଏହି ଅବସରରେ ଭଣ୍ଡାରିପୋଖରୀ ବ୍ଲକ ସଂଙ୍କୀର୍ତ୍ତନ ମଣ୍ଡଳୀ ସଭାପତି ଭାବେ ସନାତନ ମାଝୀ, ସମ୍ପାଦକ ଭାବେ ରଞ୍ଜନ କୁମାର ମାଝୀ, ସହସମ୍ପାଦକ ଭାବେ ଦୁଷ୍ମନ୍ତ ପରିଡା, କୋଷାଧ୍ୟକ୍ଷ ଭାବେ ପ୍ରଦୀପ ପଲାଇଙ୍କୁ ମନୋନୀତ କରାଯାଇଥିଲା । ସେହିଭଳି ସଂଯୋଜକ ଭାବେ ଦେବେନ୍ଦ୍ର ନାୟକ ଓ ସଭ୍ୟ ଭାବେ ଅଜୟ ମୁଦୁଲି, ଶତୃଘନ ନାୟକ, ପଞ୍ଚାନନ ବିଶ୍ୱାଳ, ଅଶୋକ କୁମାର ଦାସଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ଆଖପାଖ ଅଞ୍ଚଳର ଅନେକ ସଂଙ୍କୀର୍ତ୍ତନ ମଣ୍ଡଳୀ ସଭ୍ୟ ଯୋଗଦେଇଥିବାବେଳେ ଜିଲ୍ଲା କୋଷାଧ୍ୟକ୍ଷ ଜଜାତି ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


