ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଚଳିତ ୨୨-୨୩ ବର୍ଷର ଶିଶୁ ଉତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବ୍ଲକ ଶିକ୍ଷାଧିକାରୀ ଙ୍କ ସଦଭାବନା ସଭାଗୃହ ରେ ବ୍ଲକ ଶିକ୍ଷାଧିକାରୀ ଆଦିକନ୍ଧ ଗମାଙ୍ଗ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ବାଲା ସାୟାମା ମୁଖ୍ୟ ଅତିଥି ଭାବେଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜୋନ ୧ର ଜିଲ୍ଲା ପରିଷଦର ସଦସ୍ୟା ଶ୍ରୀମତୀ ରାଜଲକ୍ଷ୍ମୀ ଓ ସାମ୍ବାଦିକ ହୃଷିକେଶ ଗୌଡ଼ ଯୋଗ ଦେଇଥିଲେ l ସୁରଭି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ବିକାଶ, ଜ୍ଞାନର ଉଦୟ, ବୌଦ୍ଧିକ ବିକାଶ ଘଟି ଥାଏ ବୋଲି ନିଜନିଜ ବକ୍ତବ୍ୟରେ ଉଲେଖ କରିଥିଲେ l କ୍ଲଷ୍ଟର ସ୍ତରୀୟ କୃତୀ ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ପ୍ରତି ଯୋଗିତା ରେ କୃତିତ୍ବହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରାଯାଇଥିଲା l M. ଶ୍ରୀନିବାସ ରାଓ, CRC ଗୋପାଳ ରାଓ,P.ମୋହନ ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ଅତିରିକ୍ତ ଶିକ୍ଷାଧିକାରୀ ଜାମାନା କାରେୟା ଓ ମିନା ବେହେରା ମଞ୍ଚାସିନ ଥାଇ ଛାତ୍ରଛାତ୍ରୀ ମାନେ କିପରି ବଢିବେ ପିଲା ମାନଙ୍କୁ ବୁଝାଇ ଥିଲେ l କାଶୀନଗର ବ୍ଲକର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l