ବ୍ଲକ ସ୍ଥରୀୟ ୟୁନିଫlଏଡ ଅଟୋମେସନ ସିଷ୍ଟମ ତାଲିମ ଶିବିର ଅନୁଷ୍ଠିତ
ମାଲକାନଗିରି,(ମନୋଜ କୁମାର ସାହା):ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଓସେପl ଦ୍ୱାରା ସମସ୍ତ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ୟୁନିଫlଏଡ ଅଟୋମେସନ ସିଷ୍ଟମ ତାଲିମ ଦେବାପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା l ଉକ୍ତ ନିର୍ଦେଶ ଅନୁସାରେ ଆଜି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମ ଭି ୭ ଠାରେ ୟୁନିଫlଏଡ ଅଟୋମେସନ ସିଷ୍ଟମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ତାଲିମ ଦେବା ନିମନ୍ତେ ମାଷ୍ଟର ଟ୍ରେନର ହିସାବରେ ପାଣ୍ଡ୍ରିପାଣି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ମହାଲଦାର, ମାଲକାନଗିରି ବ୍ଲକ ଏମ ଆଇ ଏସ ଶ୍ରୀମତି ଆନମିତା ସାହୁ ଓ ଶ୍ରୀ ଜଗନ୍ନାଥ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ l ଉକ୍ତ ତାଲିମ ଶିବିରରେ ପ୍ରଥମ ସିଫ୍ଟ ରେ ଚାରିଗୋଟି ପଞ୍ଚାୟତ ଯଥା ବି ଏଲ ପୁର, ଗଙ୍ଗଳା, ପେଦାୱାଡl ଓ ଉଡୁପା ପଞ୍ଚାୟତ ର ମୋଟ ୪୪ ଜଣ ପ୍ରଧାନ ଶିକ୍ଷକ ସହିତ ବି ଏଲ ପୁର ସି ଆର ସି ସି ଶ୍ରୀ ରଞ୍ଜନ ମଣ୍ଡଳ ସହିତ ଅନ୍ୟ ୩ ଜଣ ସି ଆର ସି ସି ଉପସ୍ଥିତ ଥିଲେ l ଶିବିରକୁ ପରିଦର୍ଶନ କରିବାପାଇଁ ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ରନାଥ ଧର ମହୋଦୟ ଯୋଗ ଦେଇଥିଲେ, ଠିକ ସେହିପରି ଦ୍ୱିତୀୟ ସିଫ୍ଟରେ ପାଣ୍ଡ୍ରିପାଣି, ସେରପଲ୍ଲୀ, ମାର୍କାପଲ୍ଲୀ, ପଦ୍ମଗିରି ଓ ଝରାପଲ୍ଲୀ ଗ୍ରାମପଞ୍ଚାୟତ ର ୪୯ ଜଣ ପ୍ରଧାନ ଶିକ୍ଷକ ଓ ୫ ଜଣ ସି ଆର ସି ସି ଉପସ୍ଥିତ ଥିଲେ। ଉକ୍ତ ତାଲିମ ଶିବିରକୁ ପରିଦର୍ଶନ କରିବାପାଇଁ ମାଲକାନଗିରି ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଗୌରାଙ୍ଗ ସଜ୍ଜନ ଓ ଶ୍ରୀ ଆଶୁତୋଷ ଖଟେଇ ଯୋଗଦେଇ ତାଲିମ ଉପରେ ନିଜ ନିଜ ମତାମତ ପ୍ରଦାନ କରିଥିଲେ l ଆଗାମୀ ଦିନ ରେ ଉକ୍ତ ସଫ୍ଟୱାର ମାଧ୍ୟମରେ ବିଦ୍ୟାଳୟ ର ସମଗ୍ର ତଥ୍ୟ ରାଜ୍ୟ ସରକାର ତଦାରଖ କରିବେ l