ବ୍ଲଡ କ୍ୟାନସରରେ ପୀଡିତ ଆଶିଷ, ଚିକି‌ତ୍ସାରେ ଅର୍ଥ ବାଧକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବିରୋଳି ଗ୍ରାମରେ ବ୍ଲଡ କ୍ୟାନସରରେ ପୀଡିତ ଶିଶୁ ଆଶିଷ ଜେନା(୪) ସ୍ୱେଚ୍ଛାସେବୀ ସଂଗଠନ ଉମିଦ ପକ୍ଷରୁ ସାହାଯ୍ୟ ପ୍ରଦାନ କରାଯାଇଛି । ଶିଶୁଟି ଜନ୍ମରୁ ୬ମାସ ପରେ ଦୁରାରୋଗ୍ୟରେ ପୀଡିତ ହୋଇଥିବାବେଳେ ତାର ବାପା ଆଡ ଆଖିରେ ତାକୁ ଚାହୁଁନାହିଁ । ଆଶିଷ ଏବେ ମାମୁଁଘରେ ନିଜ ମାଆ ସହିତ ରହୁଥିବାବେଳେ ମାସକୁ ମାସ କଟକ ଯାଇ ଚିକିତ୍ସିତ ହେଉଛନ୍ତି । ଏବାବଦରେ ଅନେକ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ମାମୁଁ ଅଜା ଜମିବାଡି ବିକ୍ରି କରି ପିଲାଟିକୁ ବଞ୍ଚାଇବା ପାଇଁ ସତଚେଷ୍ଟା କରୁଛନ୍ତି । ଏନେଇ ଖବର ହସ୍ତଗତ ହେବା ପରେ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉମିଦର ସଭାପତି ଅକ୍ଷୟ ସାହୁଙ୍କ ନେତୃତ୍ୱରେ ଆଜି ସଦସ୍ୟମାନେ ବିରୋଳି ଠାରେ ପହଞ୍ଚି କ୍ୟାନସରରେ ପୀଡିତ ଆଶିଷକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ସହ ଦୃତ ଆରୋଗ୍ୟ କାମନା କରିଛନ୍ତି । ଏଥିରେ ସମ୍ପାଦକ ରାଜେଶ ବାରିକଙ୍କ ସମେତ ଦେବେନ୍ଦ୍ର ସାମଲ, ସତ୍ୟବ୍ରତ ନନ୍ଦ, ରାଜକିଶୋର ଜେନା, ରବିନ୍ଦ୍ର ଜେନା, ପ୍ରଣୟ ସାମଲ, ସୁଦର୍ଶନ ରାଉତ, କମ୍ବୁନାଥ ରାଉତ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ