ବ୍ଲାକରୋଜ ଜାହାଜ ବୁଡି ଘଟଣାକୁ ୧୧ ବର୍ଷ; ତଦନ୍ତରେ ଶିଥିଳତା

ପାରାଦୀପ,(ପିତବାସ ପ୍ରଧାନ): ଚାହୁଁ ଚାହୁଁ ଚାଲିଗଲା ୧୧ ବର୍ଷ। ୦୯/୦୯/୨୦୦୯ ମସିହା ପାରାଦୀପ ବନ୍ଦର ଇତିହାସରେ ଥିଲାଏକ କଳଙ୍କ ମୟ ଇତିହାସ। ଜନ ସାଧାରଣଙ୍କ ମନରୁ ଲିଭି ଯିବାକୁ ବସିଲାଣି ବ୍ଲାକରୋଜ ଜାହାଜ ବୁଡି ଘଟଣା। ଦିର୍ଘ ୭ ବର୍ଷ ଧରି ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚାଲୁରଖି ଥିଲେ ମଧ୍ଯ ତଦନ୍ତ କେଉଁଠି ନା କେଉଁଠି ବାଟବଣା ହୋଇଛି। ଅପରାଧୀ କିଏ,ଜାଲ ଡକ୍ୟୁମେଣ୍ଟରେ କିପରି ଜାହାଜ ପଣ୍ୟ କାରବାର କରୁଥିଲା ତାହା ପ୍ରଶ୍ନବାଚୀ ସଷ୍ଟି କରିଛି। ଯେପରି ଯମ ନ ଜାଣି ମରଣ ହେଲାଣି ସେହିପରି ପାରାଦୀପ ବନ୍ଦର ଅଧିକାରୀଙ୍କ କାହାଣୀ। ଯାଯପୁର ଜିଲ୍ଲାର ଜଣେ ନେତାଙ୍କ ସମ୍ପକୀୟ କୁଆଡେ ଏହି କାରବାରର ମୁଖ୍ୟ କାରପଟଦାର। ବଦଳିଯାଇଛି ତାଙ୍କ ଅଫିସିର ଠିକଣା ନୂଆ ଠିକଣାରେ ନୂଆ ବେପାର। ୨୦୧୮ ମସିହାରେ ଜଣେ ଟ୍ରଷ୍ଟିଙ୍କ ଦାବିନୁସାରେ ବନ୍ଦରର ଅଧ୍ଯକ୍ଷ ସି ବି ଆଇ ତଦନ୍ତ ପାଇଁ ସୁପାରିଶ କରିଥିେଲେ। ସି ବି ଆଇ ତଦନ୍ତଭାର ନେବା ପରେ କିଛିଟା ଆଶା କରାଯାଉଥିଲା। ଇତିମଧ୍ୟରେ ବିତି ଗଲାଣି ଦୁଇ ବର୍ଷ ତଦନ୍ତ କିନ୍ତୁ ତଦନ୍ତ ରେ ରହି ଯାଇଛି।ପାରାଦୀପ ବନ୍ଦର ମଧ୍ଯ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ସାରିଛି। ସେ ଟଙ୍କା କାହା ଠାରୁ ଭରଣା କରାଯିବ ବନ୍ଦର ଅଧିକାରୀ ଜବାବ ରଖିବେକି?ସମୁଦ୍ରର ଗଭୀର ଜଳ ରାଶିରେ ବ୍ଲାକ ରୋଜ ଜାହାଜଟି ସମ୍ପୂର୍ଣ୍ଣ ଲୀନ ହୋଇ ଗଲାଣି। ମାଛ ଧରା ବୋଟ, ଡଙ୍ଗି ଓ ମସ୍ୟଜୀବିଙ୍କ ଜୀବନ ଜିବୀକା ଉପରେ ପ୍ରଭାବ ପଡୁଛି।ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଆଗକୁ ମଧ୍ଯ ଘଟିବାର ସମ୍ଭାବନା ରହିଛି।ବ୍ଲାକରୋଜ ଜାହାଜକୁ ସେ ଯାଗାରୁ ସ୍ଥାନାନ୍ତର କରି କିପରି କୂଳକୁ ଅଣାଯିବ ସେ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ଦୋଷୀଙ୍କୁ ଲୋକଲୋଚନକୁ ଆଣିବାକୁ ଜନସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ