ବ୍ଲାକ ପାଗୋଡା ଦେଖିଲେ କର୍ଣ୍ଣାଟକ ବିଧାନପରିଷଦ କମିଟି

କୋଣାର୍କ,(ୱାଏନଏସ): ଗୁରୁବାର ସନ୍ଧ୍ୟାରେ କର୍ଣ୍ଣାଟକ ବିଧାନସଭା ପରିଷଦର ପିଟିସନ କମିଟି ଓ ହୋମ କମିଟିର ୯ ଜଣିଆ ଏକ ଟିମ୍ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ କର୍ଣ୍ଣାଟକ ବିଧାନ ପରିଷଦର ଅଧ୍ୟକ୍ଷ ଏମ୍‌କେ ପ୍ରାଣେଶଙ୍କ ଅଧ୍ଯକ୍ଷତାରେ କର୍ଣ୍ଣାଟକ ବିଧାନ ପରିଷଦର ପିଟିସନ କମିଟି ଓ ହାଉସ କମିଟିର ୯ଜଣ ସଦସ୍ୟ ସମେତ ବିଧାନ ପରିଷଦର ୪ଜଣ ଉଚ୍ଚଅଧୂକାରୀ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସି କୋଣାର୍କରେ ପହଞ୍ଚି ପ୍ରଥମେ ସୂର୍ଯ୍ୟମନ୍ଦିର ବୁଲିଦେଖିଥିଲେ।ସୂର୍ଯ୍ୟମନ୍ଦିର ସମ୍ମୁଖରେ କୋଣାର୍କ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ସ୍ଵାଗତ ଜଣାଇ ସୂର୍ଯ୍ୟମନ୍ଦିରକୁ ପାଛୋଟି ନେଇଥିଲେ। ଏହି କମିଟି ସୂର୍ଯ୍ୟମନ୍ଦିରର ପଥର ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟଗୁଡିକୁ ଟିକିନିକ ଭାବେ ବୁଲି ଦେଖିବା  ସହିତ କୋଣାର୍କ ସୂର୍ଯ୍ୟମନ୍ଦିର କଳା କଳା ,ସ୍ଥାପତ୍ୟ, କାରୁକାର୍ଯ୍ୟ, ସଂସ୍କୃତି ସହିତ ଐତିହାସିକ ଓ ପୌରାଣିକ ତଥ୍ୟ ଗୁଡିକୁ ଅବଲୋକନ କରି ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ