ବ୍ଲାଷ୍ଟ୍ପ୍ରୁଫ୍ ଗ୍ୟାସ୍ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ଟାଙ୍କି ଫାଟିବାର ଭୟ ସର୍ବଦା ରହିଥାଏ । ଏଣିକି ଆଉ ସେ ଭୟ ରହିବ ନାହିଁ । ଏବେ ବଜାରରେ ମିଳୁଛି ବ୍ଲାଷ୍ଟ ପ୍ରୁଫ୍ ଗ୍ୟାସ ସିଲିଣ୍ଡର । ସିଲିଣ୍ଡରରେ ଥିବା ଏକ ମ୍ୟାଟେରିଆଲ ଗ୍ୟାସକୁ ନଷ୍ଟ କରିଦିଏ । ଯାହା ଟାଙ୍କି ଫାଟିବା ଭଳି ସମସ୍ୟାରୁ ରକ୍ଷା କରିଥାଏ । ଗ୍ୟାସ ଶେଷ ହୋଇଗଲେ ସିଲିଣ୍ଡରରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଗୋଟିଏ ଟାଙ୍କି ଥିଲେ ଅସୁବିଧା ହୋଇଥାଏ । ଚୂଲାର ବର୍ଣ୍ଣ ଲାଲ ହେଲେ ଗ୍ୟାସ ଶେଷ ହୋଇଯିବାର ସଙ୍କେତ ବୋଲି ଧରିନିଆଯାଏ । କିନ୍ତୁ ବ୍ଲାଷ୍ଟ ପ୍ରୁଫ୍ ଗ୍ୟାସ ସିଲିଣ୍ଡରରେ ଟ୍ରାନ୍ସପାରେଣ୍ଟ ହୋଇଥିବାରୁ ଏଥିରେ କେତେ ପରିମାଣର ଗ୍ୟାସ୍ ରହିଛି ଓ କେତେବେଳେ ଶେଷ ହେବ ତାହା ଜଣାପଡ଼ିଯାଏ । ଏହି ସିଲିଣ୍ଡରର ଓଜନ ବହୁତ କମ୍ । ଏହା ସମ୍ପୂର୍ଣ୍ଣ ଭାବେ ଫାଇବରରେ ତିଆରି । ବର୍ତ୍ତମାନ ସୁଦ୍ଧା ଏହି ସିଲିଣ୍ଡରଟି ରାଜସ୍ଥାନ, ଛତିଶଗଡ଼ ସମେତ କିଛି ରାଜ୍ୟରେ ବିକ୍ରି ଆରମ୍ଭ ହୋଇଛି । ଏହାକୁ ଏକ ଘରୋଇ କମ୍ପାନୀ ବିକ୍ରି କରୁଛି । ସିଲିଣ୍ଡରଟି ଯେଉଁ ମ୍ୟାଟେରିଆଲରେ ତିଆରି ହୋଇଛି ତାହା ହେଉଛି ବ୍ଲାଷ୍ଟ ପ୍ରୁଫ୍ ।