ବ୍ଲେଡରେ ହତ୍ୟା କରି ବେକରେ ରଶି ଲଗାଇ ଜୀବନ ହାରିଲା ସ୍ୱାମୀ

ଛତ୍ରପୁର, (ଦେବଦତ୍ତ ମହାରଣା):ନିଜ ସ୍ତ୍ରୀ ଏବଂ ୧୦ ମାସ ର ଶିଶୁ ପୁତ୍ରକୁ ହତ୍ୟା କଲା ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ବୁଧବାର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ତଳ ପୁଟବଡଗ ଗ୍ରାମରେ । ଏହାର ଖବର ପ୍ରକଟ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ମୁତାବକ ତଳ ପୁଟବଗଡ ଗ୍ରାମର ସୁଜନ ପ୍ରଧାନ (୩୨) ନିଜ ସ୍ତ୍ରୀ ରୁନି ପ୍ରଧାନ (୨୮) ୧୦ ମାସର ଶିଶୁ ପୁତ୍ର ରୁମେଶ କୁ ଆରି ବ୍ଲେଡରେ କାଟି ନିଜେ ସୁଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମଳିଛିି । ଘଟଣାର ଖବର ପାଇ ଗଞ୍ଜାମ ପୋଲିସ୍ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତା, ଚମାଖଣ୍ଡି ଥାନା ଏଏସଆଇ ନବୀନ ଚନ୍ଦ୍ର ଚୈାଧୂରୀ ଓ ଡି. ଭେଙ୍କଟ ଦୋରାଙ୍କ ସମେତ ବହୁ ପୋଲିସ୍ କର୍ମଚାରୀ ଗ୍ରାମରେ ପହଂଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିବା ସହ ଘଟଣା ସଂପର୍କରେ ମୃତ ସୁଜନଙ୍କ ଭାଇ ମାଆ ଏବଂ ମୃତ ରୁନି ପ୍ରଧାନଙ୍କ ମାଆଙ୍କ ସହ ଘଟଣା ସଂପର୍କରେ ପୋଲିସ୍ ପଚରାଉଚରା ଜାରି ରଖିଛନ୍ତି । ଏହାର କିଛି ଘଣ୍ଟା ପରେ ଘଟଣା ସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ପହଂଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଅପର ପକ୍ଷରେ ପୋଲିସ୍ ଶବ ଗୁଡିକୁ ଜବତ କରିବା ସହ ଏକ ୧୭୦/୨୧ ର ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ସ୍ଥାନୀୟବାସୀଙ୍କ ସୂଚନା ମୁତାବକ ତଳ ପୁଟ ବଗଡ ଗ୍ରାମର ଶୋଭା ପ୍ରଧାନଙ୍କ ସାନ ପୁଅ ସୁଜନ ଉପର ପୁଟବଡଗ ଇନ୍ଦିରାବାସ କଲୋନୀର ଚରଣ ପ୍ରଧାନଙ୍କ ଝିଅ ରୁନିଙ୍କ ସହ ଗତ ଦୁଇ ବର୍ଷ ତଳେ ବୈବାହିକ ରିତିନିତି ଅନୁଯାୟୀ ବିବାହ କରିଥିଲେ । ତାଙ୍କର ୧୦ ମାସର ଶିଶୁ ପୁତ୍ର ମଧ୍ୟ ରହିଥିଲା । ବିବାହର କିଛି ଦିନ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ନେଇ ପାରିବାରିକ କଳହ ଲାଗି ରହୁଥିବା ବେଳେ ଆଜି ଏପରି ଘଟଣା ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁଜନ ଏବଂ ତାଙ୍କ ବଡ ଭାଇ ସଦାନନ୍ଦ ଗତ ଦୁଇ ବର୍ଷ ତଳେ ମିଶିକି ବିବାହ ହୋଇଥିବା ବେଳେ କିଛି ଦିନ ପରେ ସୁଜନ ଅଲଗା ହୋଇ ଘରର ଉପରେ ରହୁଥିବା ବେଳେ ତଳେଘରେ ସଦାନନ୍ଦ ରହି ଆସୁଥିଲା । ଆଜି ସୁଜନଙ୍କ ମାଆ ଶୋଭା ପ୍ରଧାନ ଗାଁ ରେ ସମସ୍ତେ ରାସନ ଚାଉଳ ଆଣୁଛନ୍ତି ସୁଜନ କାହିଁକି ଆଣିବାକୁ ଯାଉନି ବୋଲି ତଳ ଘରୁ ଉପର ଘରୁ ଯାଇ କବାଟ ବାଡେଇବା ବେଳେ ସୁଜନ କିମ୍ବା ତାଙ୍କ ସ୍ତ୍ରୀ କବାଟ କାଡିନଥିଲେ । ପରେ ଶୋଭା ବାଡିପଟେ ମଧ୍ୟ ପାଟି କରି ଡାକିବା ବେଳେ ମଧ୍ୟ କବାଟ ଖୋଲା ହୋଇନଥିବାରୁ ସାହି ପଡୋସୀଙ୍କୁ କହିଥିଲେ । ପରେ ମନରେ ସନ୍ଦେହ ଜାତ ହୋଇଥିବାରୁ କବାଟ ଭାଙ୍ଗି ଦେଖିଲା ବେଳେ ସୁଜନ ବେକରେ ରଶି ଲଗାଇ ଛାତର ଫେନହୁକ୍ ରେ ଝୁଲୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ୧୦ମାସର ଶିଶୁ ତଳେ ରକ୍ତାକ୍ତ ଅବସ୍ଥାରେ ପଡିଛି । ପରେ ପୋଲିସ୍ କୁ ଖବର ଦେବା ପରେ ପୋଲିସ୍ ଆସି ଘଟଣାତ୍ତଦନ୍ତ ଚଳାଇ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ