ବ୍ଳକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ହିଂଜିଳିକାଟୁ (ଶେଷଦେବ ସାହୁ) : ଗଂଜାମ ଜିଲ୍ଳା ନେହୁରୁ ଯୁବ କେନ୍ଦ୍ର ସଙ୍ଗଠନ, ବ୍ରହ୍ମପୁର ପକ୍ଷରୁ ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଦିନ ଉଦଯାପିତ ହୋଇଯାଇଛି ।ହିଂଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତରୁ ବହୁ ପ୍ରତିଯୋଗୀ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ କବାଡ଼ି, ଭଲିବଲ, ବ୍ୟାଟମିଂଟନ, ଲମ୍ବା ଡ଼ିଆଁ, ଉଚ୍ଚା ଡ଼ିଆଁ, ୧୦୦ ମି., ୨୦୦ ମି. ୧୦୦୦ମି., ୩୦୦୦ମି. ଦୌଡ଼ ପ୍ରଭୃତି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନି ଉତ୍ସବରେ ପେସ୍ ୟୁଥ କ୍ଳବର ସମ୍ପାଦକ ପ୍ରବିଣ କୁମାର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । କ୍ରୀଡ଼ା ଶିକ୍ଷକ କବିରାଜ ନାୟକ ଓ ସୁଧାଂଶୁ ଶେଖର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଲୋକ କୁମାର ନାୟକ, ବିକାଶ ମହାପାତ୍ର, କାହ୍ନୁ ଚରଣ ଭୁୟାଁ, ସୋମନାଥ ସ୍ୱାଇଁ, ଚନ୍ଦନ, ଜୁଗୁନ ବିଷୋୟୀ, ରଶ୍ମିତା, ଆରତୀ ଓ ସ୍ଥାନୀୟ ପେସ୍ ୟୁଥ କ୍ଳବର ସ୍ୱେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


