ବ୍ଳକସ୍ତରୀୟ ଜନଶୁଣାଣି ଶିବିର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହ ପରିସରରେ ମନରେଗା ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ବ୍ଳକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରସନ କୁମାର ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଗଂଜାମ ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ଯୋଦେଇ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ତହସିଲଦାର ଗୋପିନାଥ କୁଅଁର, ଜିଲ୍ଲା ସାମାଜିକ ସୁରକ୍ଷା ସମୀକ୍ଷକ ରବିନ୍ଦ୍ରନାଥ ମଲଣ, ଏପିଓ ପ୍ରକାଶ ଚନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ମଂଚାସିନ ଥିଲେ । ପଂଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ରଥ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ୨୦୧୯-୨୦ ଆର୍ଥିକ ବର୍ଷ ଏପ୍ରିଲ ଠାରୁ ସେପ୍ଟମ୍ବର ମାସ ମଧ୍ୟରେ ହୋଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସମୁଦାୟ ୪୦୭ଟି କାର୍ଯ୍ୟ ମଧ୍ୟରୁ ୩୧ଟି କାର୍ଯ୍ୟ ସମ୍ପାଦନ ହୋଇଛି । ୨୧୮୯୮୯ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ୯୫ ପରିବାରକୁ ୧୦୦ ଦିନର ସମ୍ପୁର୍ଣ୍ଣ କାମ ପ୍ରଦାନ କରାଯାଇଥିଲା । ମଜୁରୀ ବାବଦରେ ୩କୋଟି ୧୭ଲକ୍ଷ ୫୩ ହଜାର ଖର୍ଚ୍ଚ ହୋଇଥିବା ବେଳେ ସେଥିମଧ୍ୟରୁ ସାମଗ୍ରୀ ବାବଦରେ ୧କୋଟି ୬୭ଲକ୍ଷ ୨୧ ହଜାର ବ୍ୟୟ ହୋଇଛି । ସମୁଦାୟ ୪କୋଟି ୮୪ଲକ୍ଷ ୭୪ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ନେଇ ଶିବିରରେ ସମୀକ୍ଷା କରାଯାଇଥିଲା । ବନବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାରାରୋପଣ ଓ ଅନ୍ୟାନ ଆନୁସଙ୍ଗିକ ତଥ୍ୟରେ ତାଳମେଳ ନରହିବା ସହ ପଂଚାୟତ ସ୍ତରରୁ ମନରେଗା ଗାଇଡ଼ଲାଇନ ଅନୁଯାୟୀ ଆବଶ୍ୟକୀୟ ତଥ୍ୟ ପ୍ରଦତ କରିବା ସକାଶେ ଜିଲ୍ଲା ସାମାଜିକ ସୁରକ୍ଷା ସମୀକ୍ଷକ ମଲଣ଼ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆୟୋଜିତ ଶିବିରରେ ଏବିଡ଼ିଓ ଅରୁଣ କୁୂମାର ପ୍ରଧାନ, ବନ ବିଭାଗୀୟ ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା, ଉଦ୍ୟାନ ବିଭାଗୀୟ ସହକାରୀ ଅଧିକାରୀ ଶୁଭ୍ରସ୍ମିତା ସାହୁଙ୍କ ସମେତ ବହୁ ପ୍ଖବସ, ବିଏଫଟି, ଜିଆରଏସ, ବହୁ ସରଂପଚ, ସମିତିସଭ୍ୟ, ସଭ୍ୟା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।
ଫଟୋ-