ବ୍ଳକସ୍ତରୀୟ ଭତା ବଂଟନ ମେଳା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଶନିବାର ଦିନ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ପ୍ରଥମ ଥର ପାଇଁ ଏକ ବ୍ଳକସ୍ତରୀୟ ଭତା ବଂଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ମେଳାରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ତହସିଲଦାର ଗୋପିନାଥ କଅଁର, ଓଏଚଆରଡ଼ିସିର ଅଧ୍ୟକ୍ଷ ଡ଼ି. ବିଶ୍ୱନାଥ, ଯୋଗାଣ ନିରୀକ୍ଷକ ଶରତ ବେହେରା ପ୍ରମୁଖ ମଂଚାସୀନ ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ବହୁ ଯୋଜନା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିବା ସହ ଜନସାଧାରଣ କିପରି ଭାବେ ଅଧିକରୁ ଅଧିକ ମାତ୍ରାରେ ଉପକ୍ୃତ ହୋଇପାରିବେ, ସେ ନେଇ ମଂଚାସୀନ ଅତିଥି ମାନେ କହିଥିଲେ । ଏହି ଅବସରରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତା, ବିକଳାଙ୍ଗ ଭତା, ଜାତୀୟ ପରିବାର କଲ୍ୟାଣ ଯୋଜନା ସମେତ ବିଧବା ଭତା ଭଳି ବହୁ ଯୋଜନାରେ ଅନ୍ତର୍ଭୃକ୍ତ ହିଞ୍ଜିଳିକାଟୁ ବ୍ଳକର ୨୧ ଟି ପଂଚାୟତର ୯୦୭ ହିତାଧିକାରୀଙ୍କୁ ନଗଦ ଅର୍ଥ ରାଶି ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସରପଂଚ, ସମିତିସଭ୍ୟ, ୱାର୍ଡ଼ ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ଉପସ୍ଥିତ ଥିଲେ । ପିଇଓ ସୁଶାନ୍ତ କୁମାର ପାତ୍ର, ବିଜୟ କୁମାର ସେଠି, ଜିପିଓ ବିଜୟ କୁମାର ପ୍ରଧାନ, ଦୁର୍ଯ୍ୟଧନ ଗୌଡ଼ ଓ ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ