ବ୍ଳକସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଶିବିର ଉଦଯାପିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ସୌଜନ୍ୟରେ ଗତ ତିନିଦିନ ଧରି ଚାଲିଥିବା ବ୍ଳକସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଶିବିର କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଷ୍ଟାର ପ୍ରୋଜେକ୍ଟ ଆନୁକୁଲ୍ୟରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ ଶିବିରକୁ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ , ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ , ସହ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ , ବିଶ୍ରବା ପାଇକ ସଂଯୋଜନା କରିଥିଲେ । ଦିଗପହଣ୍ଡି ବଡଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ , ପଦ୍ମନାଭପୁର ନୋଡାଲ ଉଚ୍ଚ ବିଦ୍ୟାଳୟ , ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ତିନୋଟି ପର୍ଯ୍ୟାୟରେ ସର୍ବମୋଟ ୩୪୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶିକ୍ଷକ ନେତୃତ୍ୱ , ବିକାଶାତ୍ମକ ମନୋବୃତ୍ତି , ହାଉସ ସିଷ୍ଟମ , ବେଗ୍ ଲେସ ଡେ , ବର୍ଣ୍ଣାଳୀ , ୟୁଡାଇସ ପ୍ଳସ୍ , ଜାତୀୟ ଉପଲବ୍ଧି ସର୍ବେକ୍ଷଣ ତଥା ସାଇବର ସୁରକ୍ଷା ସମ୍ବନ୍ଧୀୟ ତଥ୍ଯ ଉପରେ ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା । ୧୨ ଜଣ ପ୍ରଶିକ୍ଷକ , ୧୬ ଟି କ୍ଳଷ୍ଟରର ସମସ୍ତ ସିଆରସିସି ତାଲିମ ପ୍ରଦାନ କରିଥିଲେ।


