ବ୍ଳକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନ ମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନରେ ବ୍ଳକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ମେଳାରେ ଶିକ୍ଷକ ପ୍ରଶିକ୍ଷକ ନିବେଦିତା ପାଢୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସହକାରୀ ଶିକ୍ଷାଧିକାରୀ ବାଳା ମାଝୀଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଏବିଇଓ ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ଏନ୍ ପିଏସ୍ ସଂଘ ସଭାପତି ରାଜେନ୍ଦ୍ର ଗୈାଡ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷଣ ଦକ୍ଷତା ପାଇଁ ମୌଳିକ ସ୍ବାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ବନ୍ଧୀୟ ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ପ୍ରଦର୍ଶନୀ ମେଳାରେ ବ୍ଳକ ଅଧିନସ୍ଥ ୧୬ ଗୋଟି କ୍ଳଷ୍ଟରର ୭୦ ଗୋଟି ବିଭିନ୍ନ ଭାଷା ଓ ଗଣିତ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନୀ କରାଯାଇଥିଲା । ଏଥିରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।ଏହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିବା ପାଇଁ ସାନଖେମୁଣ୍ଡି ଅଞ୍ଚଳର ଦୁଇ ଶିକ୍ଷକ ସଦାଶିବ ପାଢୀ ଓ ରୋହିତ ଜେନା ବିଚାରକ ଭାବେ ଯୋଗ ଦେଇଥିଲେ । ତେବେ ଏଥିରୁ ଶ୍ରେଷ୍ଠ ୪ ଟି ପ୍ରକଳ୍ପକୁ ଆସନ୍ତା ଏପ୍ରିଲ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ପାଇଁ ମନୋନୀତ କରାଯିବ ବୋଲି ଲକ୍ଷ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବମକୋଇ କ୍ଳଷ୍ଟର ସିଆରସିସି ଦୀନବନ୍ଧୁ ପାତ୍ର , ଦିଗପହଣ୍ଡି ଏନ୍ଏସି ସିଆରସିସି ଉପେନ୍ଦ୍ର ପଣ୍ଡା , ନରସିଂହ ପାଠୀ , ଟୁକୁନା ଭୂୟାଁ , ବଳରାମ ବେହେରା , ରାଜେନ୍ଦ୍ର ମହାନ୍ତି , ଶଙ୍କର ସେଠୀ , ବାବୁୁଲା ନାୟକ ସମେତ ସମସ୍ତ ସିଆରସିସି ଏବଂ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶିବରାମ ପ୍ରଧାନ , ଶିକ୍ଷକ ସୋମ୍ୟରଞ୍ଜନ ପ୍ରଧାନ , ରାମଚନ୍ଦ୍ର ପ୍ରଧାନ , ଜ୍ୟୋତି ମହାରଣା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ