ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେସୋମବାର ଦିନ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ଆନୁକୁଲ୍ୟରେ ଆୟୋଜିତ ଶିବିରରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ବ୍ଳକ ଗୋଷ୍ଠିଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ , ବ୍ଲକ ଅଧ୍ୟକ୍ଷ ଶିମାଞ୍ଚଳ ପାତ୍ର, ଅଧକ୍ଷ୍ୟା ରିଙ୍କି ନାହାକ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ବେହେରା, , ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ରନାଥ ମଲାଣ , ଏପିଓ ଅରୁଣ କୁମାର ସ୍ବାଇଁ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ୨୬ ଟି ପଞ୍ଚାୟତର ଆର୍ଥିକ ବର୍ଷ ଏପ୍ରିଲ ୧, ୨୦୨୨ ଠାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ ) ର ଜନଶୁଣାଣୀ ହୋଇଥିଲା । ଏଥିସହ ପଞ୍ଚାୟତର ବିଭିନ୍ନ ବିଭାଗର ଦାୟିତ୍ବରେ ରହିଥିବା ଅଧିକାରୀ ମାନେ ଆର୍ଥିକ ବର୍ଷରେ କେତେ ପରିମାଣର ପ୍ରକଳ୍ପ ଅନୁମୋଦନ ହୋଇଛି ସେଥିରୁ କେତେ କାର୍ଯ୍ୟକାରୀ ହୋଇପାରିଛି ତାହା ଜନଶୁଣାଣୀରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ବ୍ଳକ ଅଧିନସ୍ଥ ୨୬ ଟି ପଞ୍ଚାୟତ ରେ ଅପ୍ରେଲ ୨୦୨୨ ଠାରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ୧୯ ଲକ୍ଷ୍ୟ ୪୮ ହଜାର ୨୦୦ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିବା ବେଳେ ସେଥିମଧ୍ୟରୁ ୧୬ ଲକ୍ଷ୍ୟ୭୨ ହଜାର୬୦୨ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି। ୯୬୦୧ ପ୍ରକଳ୍ପ ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ୬୩୭୪, ସାମୁହିକ ୮୨୧ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୪୦୬ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି। ପ୍ରକଳ୍ପ ଗୁଡିକରେ ମୋଟ ଖର୍ଚ୍ଚ୩୯ କୋଟି ୯୫ ଲକ୍ଷ୍ୟ୪୭ ହଜାର ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି। ବ୍ଲକ ରେ ସର୍ବମୋଟ ଜଵ କାର୍ଡ ଧାରୀ୩୦୨୩୭ ରହିଥିବା ବେଳେ ସେଥିମଧ୍ୟରୁ ୨୮୪୭୪ ହିତାଧିକାରୀଙ୍କୁ ଶ୍ରମ ନିଯୁକ୍ତି ଦିଆଯାଇଛି ଏବଂ୫୬୩୦ ଜଣ ଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି । ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ କରି ସାରା ଭାରତରେ ଗଞ୍ଜାମ ଜିଲ୍ଲା ପ୍ରଥମ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସାନଖେମୁଣ୍ଡି ବ୍ଲକ ପ୍ରଥମ ହୋଇଥିବା ଜନଶୁଣାଣୀ ଶିବିରରେ ଚର୍ଚା ର ବିଷୟ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ସମସ୍ତ ଯନ୍ତ୍ରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ପଞ୍ଚାୟତ ସରପଞ୍ଚ , ସମିତି ସଭ୍ୟ/ ସଭ୍ୟା ଜନପ୍ରତିନିଧି ଗ୍ରାମ ରୋଜଗାର ମାନେ ଉପସ୍ଥିତ ରହିଥିବା ଜଣାପଡ଼ିଛି