ବ୍ଳକସ୍ତରୀୟ ସ୍ବାସ୍ଥ୍ୟ ମେଳା ପାଇଁ ପ୍ରସ୍ତୁତି ବୈଠକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାର ଏବଂ ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ଆସନ୍ତା ଏପ୍ରିଲ ୨୨ ତାରିଖ ଠାରୁ ସମସ୍ତ ବ୍ଳକ ମାନଙ୍କରେ ବ୍ଳକସ୍ତରୀୟ ସ୍ବାସ୍ଥ୍ୟ ମେଳା ନିମନ୍ତେ ଶନିବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଳକ ସଭାଗୃହ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୋଜିତ ବୈଠକରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ , ଏନ୍ ଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା , ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ସମନ୍ଵିତ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ , ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ . ଶୁଭାଶିଷ ସାହୁ , ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡଃ . ବିଜୟ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଆସନ୍ତା ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ବାସ୍ଥ୍ୟ ମେଳା ମାଧ୍ୟମରେ ଆସିଥିବା ବିଭିନ୍ନ ରୋଗୀଙ୍କୁ ବରିଷ୍ଠ ଡାକ୍ତରଙ୍କ ଦ୍ଵାରା କିଭଳି ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ ତାହା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକ କାର୍ଯ୍ୟକ୍ରମକୁ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିପିଏମ୍ ଶୁଭେନ୍ଦୁ କୁମାର ଦାସ ସଂଯୋଜନା କରିଥିବା ବେଳେ ପିଏଚଇଓ ଅନୀତା ପ୍ରଧାନ , ବିଡିଏମ୍ ଶୁଭାଶିଷ ପାତ୍ର , ବିଏଏମ୍ ପ୍ରଶାନ୍ତ କୁମାର ସେଠୀ , ଏମପିଏଚଡାବ୍ଳୁ ପ୍ରଦୀପ କୁମାର ବେହେରା , ଇ. ତାରିଣୀ ଚରଣ , ବଳରାମ ପ୍ରଧାନ , ଜୁନିଅର ଆସିଷ୍ଟାଣ ରବି ନାରାୟଣ ପାତ୍ର , ସୁଦର୍ଶନ ଗୈାଡ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।