ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନଶନ ଦେବା ପାଇଁ ଚେତାବନୀ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଳକର ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଆସନ୍ତା ୩ ଫେବୃଆରୀ ୨୦୨୦ରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନଶନ କରିବା ପାଇଁ ବୁଧବାର ବିଡିଓଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଲିଖିତ ଅବଗତ କରାଇଛନ୍ତି । ଜିଲ୍ଲାପାଳଙ୍କ ସମେତ ବିଡିଓ ରଶ୍ମିରେଖା ମଲିକ,ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ତହସିଲଦାର ଜେ.କଳ୍ପନା, ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର,ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ସୁନନ୍ଦନ ମହାନ୍ତି, ଜଗତସିଂହପୁର ଉପଜିଲ୍ଲାପାଳ,ପିଡି ଡିଆରଡିଏ,ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ,ମୁଖ୍ୟ ଶାସନ ସଚିବ ଆଦିଙ୍କୁ ଅବଗତ କରାଇଛନ୍ତି । ୧୦ଦଫା ଦାବି ସମ୍ବଳିତ ସମସ୍ୟା ଗୁଡିକ ମଧ୍ୟରେ ରହିଛି ମୋ ଗାଁ ମୋ ବିକାଶ ଯୋଜନାରେ ସରକାରୀ ଦଳର କର୍ମଚାରୀମାନଙ୍କୁ ବେନାମୀ ଠିକାଦାର ଭାବେ ନିଯୁକ୍ତି କରାଯାଇ ବେଆଇନ ଭାବେ କାର୍ଯ୍ୟ କରାଯବା, ସ୍ୱଚ୍ଛ ଭାରତରେ ପାଇଖାନା ନିର୍ମାଣ କରି ହିତାଧିକାରୀମାନେ ମାସ ମାସ ଧରି ଅର୍ଥ ନପାଇବା, ଆରଟିଆଇରେ ତଥ୍ୟ ମାଗିଲେ ସରକାରୀ କାର୍ଯ୍ୟଳୟରୁ ତଥ୍ୟ ନମିଳିବା, କାଳିଆ ଯୋଜନାରେ ହିତାଧିକାରୀଙ୍କ ନାମ ଚୟନରେ ଅନିୟମିତତା, ଯୋଗଣ ବିଭାଗରେ ମୃତ୍ୟ ବ୍ୟକ୍ତି ଓ ପ୍ରଭାବଶାଳି ବ୍ୟକ୍ତିଙ୍କୁ ରାଶନ ପ୍ରଦାନ, ଫନି ବାତ୍ୟରେ କ୍ଷୟ କ୍ଷତିର ସଠିକ ତଦନ୍ତ ନହେବା, ଜାମୁଗାଁ-ଦାନ୍ତୁଆଳ ରାସ୍ତା ନିର୍ମାଣ ଚାଲିଥିବା ବେଳେ ଜବରଦଖଲ ଉଚ୍ଛେଦ ନକରିବା ଆଦି ପ୍ରସଙ୍ଗକୁ ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ତେଣୁ ବ୍ଳକର ଏହି ସବୁ ସମସ୍ୟାର ସମାଧାନ ପାଇଁ ଶ୍ରୀ ମିଶ୍ର ଧାରଣା ଓ ଅନଶନ ଦେବାକୁ ଲିଖିତ ଭାବେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ