ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ : ବିଡିଓଙ୍କ ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ତହସିଲ ଅଧିନ ଓଷକଣା ପଂଚାୟତ ନୟାସିଙ୍ଗଡା ଗ୍ରାମର ଭଗବନ ସ୍ୱାଇଁଙ୍କ ଘରକୁ ୧୯୯୬ ମସିହାରେ କେହି ଦୁବୃତ ନିଆଁ ଲଗାଇ ଦେଇଥିଲେ । ଏ ସଂକ୍ରାନ୍ତରେ ଭଗବାନ ସେହି ସମୟରେ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତତ୍କକାଳିନ ଥାନାଧିକାରୀ ଏହି ଅଭିଯୋଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ନଥିଲେ । ଘର ପୋଡିକୁ ଦୀର୍ଘ ୨୬ବର୍ଷ ପୁରି ଯାଇଥିଲେ ମଧ୍ୟ ଭଗବାନଙ୍କୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା କିମ୍ବା ଆବାସ ଯୋଜନାରେ ଘର ପ୍ରଦାନ କରାଯାଇନାହିଁ । ଏସମ୍ବନ୍ଧରେ ଭଗବାନ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିବା ସେ ପ୍ରକାଶ କରିଛନ୍ତି । ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସୋମବାର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଭଗବାନ ଆମରଣ ଅନଶନରେ ବସି ରହିଥିଲେ । ଏପରିକି ଆତ୍ମହୁତି ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । ବିଡିଓ ରଶ୍ମିରେଖା ମଲ୍ଲିକ ବୁଝାବୁଝି କରିବା ସହିତ ଯଥା ଶୀଘ୍ର ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଭଗବାନ ଅନଶନରୁ ଓହରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ