ବ୍ଳକ ରେ ସମିତିସଭ୍ଯଙ୍କୁ ଅଣଦେଖା ଅଭିଯୋଗ
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ନିର୍ବାଚିତ ସମିତିସଭ୍ଯଙ୍କୁ ଅଣଦେଖା କରାଯାଇ ବ୍ଲକ କର୍ତ୍ତୃପକ୍ଷ ମନମୂଖି ଶାସନ କଳାଇଥିବା ଅଭିଯୋଗ ହୋଇଛି।ସୋମବାର ସମ୍ବଲପୁର ଜିଲ୍ଲାପାଳଙ୍କୁ ୧୫ଜଣ ସମିତିସଭ୍ଯ ୮ଦଫା ସମ୍ବଳିତ ଏକ ଦାବିପତ୍ର ମାଧ୍ୟମରେ ଫେରାଦ ହୋଇଛନ୍ତି।ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଅଭିଯୋଗ ଉପରେ ତର୍ଜମା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।ସମିତିସଭ୍ଯଙ୍କ ଅଭିଯୋଗ ହେଲା,ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ସେମାନେ ଜଣେଜଣେ ନିର୍ବାଚିତ ଜନ ପ୍ରତିନିଧି ଅଟନ୍ତି।ମାତ୍ର କୁଚିଣ୍ଡା ବ୍ଲକ କର୍ତ୍ତୃପକ୍ଷ ସେମାନଙ୍କୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରି ବିଭିନ୍ନ ପ୍ରକଳ୍ପ ପ୍ରସ୍ବ ଦେଉଛନ୍ତି।ଫଳରେ ଲୋକଙ୍କ ଆବଶ୍ୟକତା ପୂରଣରେ ପ୍ରତିବନ୍ଧକ ସୃଷ୍ଟି ହେଉଛି।ସେମାନଙ୍କ ବିନା ପରାମର୍ଶରେ
ଡବ୍ଲ୍ଯୁଓଡିସି,ଜିପିଡିପି,ବିପିଡିପି,ଏସଏଫସି,ସିଏଫସି,ଏସଡିପି,ଏସପିଏଫ୍,ଏମଜିଏନଆରଇଜିଏସ,ଓଏଲଏମ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଚୟନ କରାଯାଉଛି।ପ୍ରତି ପଞ୍ଚାୟତରେ ପ୍ରସ୍ତାବିତ ଅମୃତ ସରୋବର ପାଇଁ ମଧ୍ୟ ତାଙ୍କର କୌଣସି ମତାମତ ନିଆଯାଉନାହିଁ ।ଫଳରେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଉଛି।ତେଣୁ ସମିତି ବୈଠକରେ ପାସ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ କରିବା,ଏମଜିଏନଆରଇଜିଏସ ଓ ମିଶନଶକ୍ତି ଅଧିନରେ ପରିଚାଳିତ ପ୍ରକଳ୍ପରେ ସମିତିସଭ୍ଯଙ୍କୁ ସାମିଲ କରିବା, ବିଭିନ୍ନ ବିକାଶମୂଳକ ଯୋଜନାର ପ୍ରସ୍ତାବ ଓ ଅନୁମୋଦନ ସମ୍ପର୍କରେ ଅବଗତ କରାଇବା,ନିମ୍ନମାନର ପ୍ରକଳ୍ପ କାର୍ଯ୍ୟକାରିତାରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ସମପରିମାଣରେ ଉତ୍ତରଦାୟୀ କରିବା,ବିଭିନ୍ନ ପ୍ରକଳ୍ପର ସୁପାଥିଶ ଉପରେ ରୋକ ଲଗାଇବା,ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ ଆରମ୍ଭ କରାନଯିବା, ଟେଣ୍ଡର ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ କରାଯିବା,ପ୍ରତ୍ୟେକ ବିକାଶମୂଳକ କାର୍ଯ୍ୟରେ ସମିତି ସଭ୍ୟଙ୍କ ପରାମର୍ଶକୁ ସୁନିଶ୍ଚିତ କରିବା ଆଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।