ବ୍ଳକ ସ୍ତରୀୟ ଗୀତା ଆବୃତି ପ୍ରତିଯୋଗୀତା ଅନୁଷ୍ଠିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ କ୍ରିୟା ଯୋଗ ଆଶ୍ରମ ହରିହରାନନ୍ଦ ଧ୍ୟାନ ମନ୍ଦିରରେ ରବିବାର ପ୍ରଜ୍ଞାନ ମିଶନ ଜଗତପୁର କଟକ ଆନୁକୂଲ୍ୟରେ ଏକ ବ୍ଳକସ୍ତରୀୟ ଗୀତା ଆବୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ପିଲାମାନେ ଯୋଗ ଦେଇ ପବିତ୍ର ଗୀତାର ଅର୍ଜ୍ଜୁନ ବିଷାଦ ଯୋଗକୁ ଆବୃତି କରିଥିଲେ । କ଼ୃତି ପ୍ରତିଯୋଗୀ ମାନେ ଜିଲା ସ୍ତରରେ ଓ ଜିଲା ସ୍ତରରୁ ରାଜ୍ୟ ସ୍ତରର ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରାଯିବା ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯଇାଥିଲା । କ୍ରିୟାଯୋଗ ପରମ୍ପରାରେ ସନ୍ଥ ପୂଜ୍ୟ ନିତ୍ୟ ପ୍ରେମାନନ୍ଦ ଗିରି ମହୋଦୟ ଙ୍କ ପୈାରହିତ୍ୟରେ ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ସନ୍ଥ ଉମାନନ୍ଦ ଗିରି ମହାରାଜ,ସାମାଜିକ କର୍ମୀ ବିଚିତ୍ର କୁମାର ପଣ୍ଡା, ରାଜ୍ୟ ସଚିବାଳୟର ବରିଷ୍ଠ କର୍ମଚାରୀ ପଦ୍ମଜାକାନ୍ତ ମିଶ୍ର ଯୋଗ ଦେଇ ପିଲାମାନଙ୍କୁ ଗୀତାଜ୍ଞାନ ବିଷୟରେ ଦଗଦର୍ଶନ ଦେଇଥିଲେ । କ୍ରିୟା ଯୋଗ ଆଶ୍ରମର କୁହୁକିନୀ ରାଉତରାୟ,ବିଶିଷ୍ଟ ଶିକ୍ଷାବିତ ଗିରୀଧାରୀ ମହାନ୍ତି,ପୂର୍ବତନ ଶିକ୍ଷୟତ୍ରୀ ସୁଧାରାଣୀ ଦାସ ଯେଗା ଦେଇ ସ୍ୱାଗତ ଭାଷଣ,ଅତିଥି ପରିଚୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅତିଥି ମାନେ କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।ଶେଷରେ ମନୋଜ କୁମାର ଶିଶୁ ଦନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସୁକାନ୍ତ କୁମାର ଲେଙ୍କା,ବାବାଜୀ ଚରଣ ଦାସ,ଟୁଲୁ ପ୍ରସାଦ ମହାନ୍ତି,ନିରଞନ ସାହୁ,ଗୟାଧର ମଲିକ ଙ୍କ ସମେତ ଆଶ୍ରମର ସମସ୍ତ ଶ୍ରଦ୍ଧାଳୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ