ବ୍ୟକ୍ତିଗତ ସିଦ୍ଧି ପାଇଁ ଭାଗବତ କଥାରୁ ମନ୍ତ୍ର ନିଅନ୍ତୁ : ସାଧ୍ୱୀ କ୍ରିଷ୍ଣାନନ୍ଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନୂଆଗାଁସ୍ଥିତ ଆଧ୍ୟାତ୍ମିକ ବିଦ୍ୟାପୀଠରେ ଆଗାମୀ କାଲିଠାରୁ ୭ ଦିନିଆ ଭାଗବତ ପ୍ରବଚନ ବୃନ୍ଦାବନର ପ୍ରସିଦ୍ଧ ଭାଗବତ କଥାକାର ସାଧ୍ୱୀ କ୍ରିଷ୍ଣାନନ୍ଦ ସରସ୍ୱତୀ ପ୍ରବଚନ ଦେବେ । ଏହି ପ୍ରବଚନ ମହୋତ୍ସବକୁ ଉଦ୍‌ଘାଟନ କରିବେ ବିଶିଷ୍ଟ ସନ୍ଥ ସ୍ୱାମୀ ଦିବ୍ୟାନନ୍ଦ ଗିରି ଏବଂ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ । ଆସନ୍ତାକାଲି ସନ୍ଧ୍ୟା ୬ ଘଟିକା ସମୟରେ ନୂଆଗାଁ ପେଟ୍ରୋଲ ପମ୍ପ ପଛପଟ ଶ୍ରୀହରି କଲ୍ୟାଣ ମଣ୍ଡପଠାରେ ଏହି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାଧ୍ୱୀ କ୍ରିଷ୍ଣାନନ୍ଦ ମାନବ ଜୀବନ କିଭଳି ସୁଖମୟ ହୋଇପାରିବ ଏବଂ ଶରୀର, ମନ ଏବଂ ସମାଜ କିପରି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ, ସେ ସମ୍ପର୍କରେ ଭାଗବତ କଥାରୁ ବ୍ୟାଖାନ କରିବେ । ବର୍ତ୍ତମାନ ସମାଜ ବିଦେଶୀ ସଭ୍ୟତାରେ ଅନୁପ୍ରାଣିତ ହୋଇଥିବା ବେଳେ ଭାରତୀୟ ସଭ୍ୟତାରେ କିଭଳି ଅନୁପ୍ରାଣିତ ହେଲେ ଦିବ୍ୟ ଜୀବନର ସୁଖ ମିଳିପାରିବ, ସେ ସମ୍ପର୍କରେ ସାଧ୍ୱୀ କ୍ରିଷ୍ଣାନନ୍ଦ ଆଲୋକପାତ କରିବେ । ସାଧ୍ୱୀ କ୍ରିଷ୍ଣାନନ୍ଦଜୀଙ୍କ ରାଜସ୍ଥାନ ଓ ଗୁଜୁରାଟରେ ବହୁଳ ଭକ୍ତ ଥିବା ବେଳେ ପ୍ରଥମଥର ପାଇଁ ମାତାଜୀ ଶ୍ରୀ ଜଗନ୍ନାଥ ଧାମରେ ତାଙ୍କର ଭକ୍ତ ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ପ୍ରାପ୍ତି ପାଇଁ ପ୍ରାର୍ଥନା କରିବାକୁ ଆସିଥିବା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଭାଗବତ କଥାର ଆବାହକ ଶ୍ରୀ ପରେଶନାଥ ନାୟକ ଏହା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ