ବ୍ୟକ୍ତିଙ୍କ ବିରୁଦ୍ଧରେ ଗ୍ରାମବାସୀ ଏକତ୍ରୀତ ହୋଇ ରାସ୍ତା ଠିକ୍ କଲେ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ହେଁସଡା ଗ୍ରାମରୁ ଜାରିତାଣ୍ଡି-ତାରଣା ରାସ୍ତା କୁ ସଂଯୋଗ କରୁଥିବା ରାସ୍ତାର ଡୁଙ୍ଗୁରୀ ସାହି ଛୋକ ନିକଟରେ ଜନୈକ ବ୍ୟକ୍ତିଙ୍କ ଦ୍ବାରା ବର୍ଷାଜଳ କୁ ରାସ୍ତାରେ ଥିବା ଜଳ ନିଷ୍କାସନ ପାଇପରେ ନଛାଡି ରାସ୍ତା ଉପରେ ଛାଡିବାରୁ କଚ୍ଚା ରାସ୍ତାଟି କ୍ଷତିଗ୍ରସ୍ତ ହେବା ସହ ଲୋକଙ୍କ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସୃଷ୍ଟି ହେଉଥିଲା ।
ଏ ନେଇ ଗ୍ରାମରେ ବୈଠକ କରାଯାଇ ବର୍ଷାଜଳକୁ ଜଳ ନିଷ୍କାସନ ପାଇପ ଦେଇ ବର୍ଷାଜଳ ଛାଡା ଯିବାକୁ ନେଇ ରାସ୍ତା ଉପରେ ପାଣି ଛାଡୁଥିବା ଉକ୍ତ ବ୍ୟକ୍ତି ବିଦେଶି ମହାକୁଡ’ଙ୍କ ସହିତ ଆଲୋଚନା କରାଯିବା ବିଷୟରେ ନିଷ୍ପତ୍ତି ନିଆ ଯାଇଥିଲା।ତେବେ ଆଜି ହେଁସଡା ଗ୍ରାମବାସୀ ତାଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା ହେଉଥିଲା ବେଳେ ବିଦେଶି ମହାକୁଡ ଓ ତାଙ୍କ ସ୍ତ୍ରୀ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଓ ବର୍ଷାଜଳ କୁ ପାଇପ ଦେଇ ଛାଡିବାକୁ ରାଜି ହୋଇ ନଥିଲେ।ଏହାକୁ ଦେଖି ହେଁସଡା ଗ୍ରାମର ମହିଳାମାନେ ମଧ୍ୟ ଏକତ୍ରିତ ହୋଇ ଘଟଣାସ୍ଥଳକୁ ପହଞ୍ଚି ପାଟିତୁଣ୍ଡ କରିଥିଲେ ଓ ତାଙ୍କ ବାଡ ଭାଙ୍ଗି ବର୍ଷା ଜଳକୁ ପାଇପ ଦେଇ ଛାଡିବାର ବ୍ୟବସ୍ଥା କରିଥିଲେ ଏଥିରେ ଡୁଙ୍ଗୁରୀସାହି ବାସିନ୍ଦା ମଧ୍ୟ ସହଯୋଗ କରିଥିଲେ।ତେବେ ଜଣେ ଅସାମାଜିକ ବ୍ୟକ୍ତି ଦ୍ବାରା ସାର୍ବଜନିକ ସମ୍ପତ୍ତି ନଷ୍ଟ କରାଯିବା ଦୁଃଖର ବିଷୟ ଏପରି ବ୍ୟକ୍ତିଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ