ବ୍ୟକ୍ତିତ୍ୱ ବିକାଶ ଶିବିର ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାତର ବଣହରା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ କେନ୍ଦ୍ରାପଡା ଶାଖାର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲିଥିବା ମେଗା ବ୍ୟକ୍ତିତ୍ୱ ବିକାଶ ଶିବିର ଉଦଯାପିତ ହୋଇଯାଇଛି । ଶ୍ରୀମା’ଙ୍କ ପରିଚାଳନାରେ ପରିଚାଳିତ ଏହି ଶିବିରରେ ପ୍ରତ୍ୟୁଷରୁ ଶଙ୍ଖଧ୍ୱନୀ ପରେ ଧ୍ୟାନ, ଯୋଗାସନ, ଗୀତା, ଭଜଗୋବିନ୍ଦମ, ଜଗନ୍ନାଥ କଥାମୃତ, ଭଜନ, କୀର୍ତ୍ତନ, ଜଣାଣ ଓ ନୃତ୍ୟ ପିଲାମାନଙ୍କର ପ୍ରତିଭା ବିକାଶରେ ଗୁରୁତ୍ୱ ଦେଇ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏପରି ପଦକ୍ଷେପ ନେଇଥିଲେ । ଭାରତବର୍ଷର ଆଗାମି ପିଢୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ବାତାବରଣ ଏବଂ ସୁସ୍ଥ ସମାଜ ଗଠନରେ ଏହା ଏକ ମହତ ଉଦ୍ୟମ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନାର ବିଷୟ ପାଲଟିଛି । ଏହି ମହାନ କାର୍ଯ୍ୟକୁ ସମ୍ପାଦନ କରିବାରେ ସ୍ୱାମୀ ଓମ ଆନନ୍ଦ ସରସ୍ୱତୀ, ସ୍ୱାମୀ ରାମଶରଣାନନ୍ଦ ସରସ୍ୱତୀ, ସ୍ୱାମୀ ସମର୍ପଣାନନ୍ଦ ସରସ୍ୱତୀ, ସ୍ୱାମୀ ଉମାନନ୍ଦ ସରସ୍ୱତୀ, ସ୍ୱାମୀ ଓମ୍‌କାରାନନ୍ଦ ସରସ୍ୱତୀ, ସ୍ୱାମୀ ରାମେଶ୍ୱରାନନ୍ଦ ସରସ୍ୱତୀ, ବ୍ରହ୍ମଚାରୀ ସତ୍ୟଚୈତନ୍ୟ, ଜୟଚନ୍ଦ୍ର ନାୟକ ପ୍ରମୁଖ ଆର୍ଯ୍ୟାମାନେ ପ୍ରତ୍ୟେକ୍ଷ ସହଯୋଗ କରିଥିଲେ । ଏହି ଶିବିରରେ ୪୫୭ଜଣ ଶିବିରାର୍ଥୀ ଯୋଗଦେଇଥିବା ବେଳେ ୫ଦିନ ଧରି ମାତୃପିତୃ ପୂଜନ କରାଯିବା ସହିତ ନୈତିକ ଶିକ୍ଷା ପ୍ରଦାନ କରାଯାଇଥିଲା । ଶେଷଦିବସରେ ମାତୃପିତୃ ପୂଜନ କରି ସମାଜକୁ ପରିବର୍ତ୍ତନ କରିବାରେ ପ୍ରଶିକ୍ଷାର୍ଥୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ ବୋଲି ସାରା ଓଡିଶାର କୋଣ ଅନୁକୋଣରେ ଏଭଳି ଶିବିରର ଆୟୋଜକନ କରୁଥିବା ଦିବ୍ୟ ଜୀବନ ସଙ୍ଘର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ କହିଥିଲେ । ଆଜିରଶିଶୁ ଆଗାମୀ କାଲିର ଭବିଷ୍ୟତ । ତେଣୁ ଏଭଳି ଶିବିରର ଆୟୋଜନ କରାଯାଇ ଆଗାମୀ କାଲିର ଭବିଷ୍ୟତଙ୍କୁ ଗଠନ କରିବାର ପ୍ରୟାସ କରାଯାଇଛି । ମାଆମାନେ ଉନ୍ନତ ହେଲେ ପିଲାମାନେ ଉନ୍ନତ ହୋଇପାରିବେ । ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରତାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ