ବ୍ୟଙ୍ଗବାଣୀ ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ କବି ସମ୍ନିଳନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବ୍ୟଙ୍ଗବାଣୀ ହାସ୍ୟବ୍ୟଙ୍ଗ ପତ୍ରିକା ତଥା ପ୍ରକାଶନୀ ପକ୍ଷରୁ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ କବି ବିପିନ ମହାନ୍ତିଙ୍କ ପରିଚାଳନାରେ ତା.୨.୧୧.୨୦୨୪ ଦିନ ପୁସ୍ତକ ଉନ୍ମୋଚନ ତଥା କବିତା ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଅଧିଵେଶନରେ ବ୍ୟଙ୍ଗକବି ବାଇଡଙ୍କ ବାବା,ଡ.ରମାକାନ୍ତ ମହାପାତ୍ର ଓ ଡ. ଦେଵାଶିଷ ମହାପାତ୍ରଙ୍କ ସଂଯୋଜନାରେ କବି ଅନନ୍ତ କୁମାର ଜେନା , ଶ୍ରୀମାନ ଦୁର୍ବଳିଆ,ରବୀନ୍ଦ୍ର ରାଉତ, ରୋଜି ମିଶ୍ର, ଡ.ଧର୍ମଛଡ଼ା , ପ୍ରିୟବ୍ରତ ପଣ୍ଡା, ଶ୍ରୀମାନ ସର୍ବଗିଳା, ବ୍ରଜ ସୁବୁଦ୍ଧି ଓ ମି.ହୁଗୁଳା ପ୍ରମୁଖ କବିମାନେ କବିତା ଆବୃତ୍ତି ପୂର୍ବକ ସଭାକୁ ହାସ୍ୟମୟ କରିଦେଇଥିଲେ । ଦ୍ଵିତୀୟ ଅଧିବେଶନରେ ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀ ବୈଷ୍ଣବ ଚରଣ ମହାନ୍ତି, ବ୍ୟଙ୍ଗକବି ଜ୍ଞାନ ହୋତା,ଡ.କୁଳାଙ୍ଗାରଓ ଉମାକାନ୍ତ ରାଉତ ଅତିଥିଭାବେ ଯୋଗ ଦେଇଥିଲେ । ବ୍ୟଙ୍ଗବାଣୀର ସଂପାଦକ ଶ୍ରୀଯୁକ୍ତ ସତ୍ୟାନାଶଙ୍କ ପ୍ରକାଶକୀୟ ବକ୍ତବ୍ୟ ପରେ କବି ରୋଜି ମିଶ୍ରଙ୍କ ‘ହସ ଫରୁଆ’, ଶୁଭ୍ରା ଦାସଙ୍କ ‘ପ୍ରଣୟର ପ୍ରଣୟିନୀ’ ଓ ଜାନକୀବଲ୍ଲଭ ଦାଶଙ୍କ ‘ଆପଣା କଲା କର୍ମମାନ’ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ମୁଖ୍ୟଅତିଥି ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀ ବୈଷ୍ଣବ ଚରଣ ମହାନ୍ତି ଏବଂ ବ୍ୟଙ୍ଗକବି ଜ୍ଞାନ ହୋତା, ଡ.କୁଳାଙ୍ଗାର ଓ ଉମାକାନ୍ତ ରାଉତଙ୍କ ହାସ୍ୟରସାଣିତ ବକ୍ତବ୍ୟକୁ ଉପସ୍ଥିତ କବି ଓ ସାହିତ୍ୟିକମାନେ ବେଶ୍ ଉପଭୋଗ କରିଥିଲେ। ପ୍ରକାଶିତ ପୁସ୍ୟକର ରଚୟିତାମାନେ ସେମାନଙ୍କ ପୁସ୍ତକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସଂଧ୍ୟା ଅଧିବେଶନରେ କବି ରଜନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ସରୋଜିନୀ ମିଶ୍ର,………..ଙ୍କ ସଂଯୋଜନାରେ ବହୁକବି ସେମାନଙ୍କ ଶ୍ରେଷ୍ଠକବିତା ପାଠକରିଥିଲେ । ପଠିତ କବିତାଗୁଡ଼ିକରୁ ତିନୋଟି ଶ୍ରେଷ୍ଠ କବିତା ଚୟନ ପୂର୍ବକ ସଂପୃକ୍ତ କବିଙ୍କୁ ପୁରସ୍କୃତ କରାଯାଇଥିଲା । ଉପସ୍ଥିତ ସମସ୍ତ କବି ସାହିତ୍ୟିକଙ୍କୁ ପୁସ୍ତକ ଉପହାର ପ୍ରଦାନ କରାଯାଇଥିଲା.