ବ୍ୟଥାପୂର୍ଣ୍ଣ ହୋଇଥାଏ କିଶୋରୀଙ୍କ ପ୍ରେମ

ମଣିଷର କିଶୋରାବସ୍ଥା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । କାରଣ ଏହି ସମୟରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଆସିଥାଏ । ଏହି ସମୟରେ କିଶୋରୀମାନଙ୍କୁ ଅଧିକ ସାବଧାନ ରହିବାକୁ ପଡ଼ିଥାଏ । କାରଣ ଏହି ସମୟରେ ପାରିବାରିକ ସମସ୍ୟାର କୁପ୍ରଭାବ ପଡ଼ିଥାଏ ସେମାନଙ୍କ ଉପରେ । ଯଦି କୌଣସି କିଶୋରୀ ନିଜ ଘରେ ଅଧିକାଂଶ ସମୟରେ ବାପା-ମାଆଙ୍କ ଭିତରେ ଝଗଡା ହେଉଥିବାର ଲକ୍ଷ୍ୟ କରନ୍ତି ବା ଉଭୟଙ୍କ ଭିତରୁ କାହାର ବିବାହ ପରବର୍ତ୍ତୀ ସମ୍ପର୍କ ଥିବା ଜାଣନ୍ତି, ତେବେ ସେ ଚିନ୍ତିତ ହୋଇଉଠନ୍ତି ଯେ କାଳେ ତାଙ୍କ ଜୀବନରେ ସେମିତି ଘଟିବ । ତାଙ୍କର ପ୍ରେମିକ ବା ସ୍ୱାମୀ ତାଙ୍କୁ ଧୋକା ଦେବ ନାହିଁ ତ । ସେ ବିବାହ ପରେ ଏଭଳି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ତ ବା ପ୍ରେମିକଙ୍କ ସହିତ ଝଗଡ଼ା ହେବ ନାହିଁ ତ ।ଯଦି କିଶୋରୀ ଜଣଙ୍କ ପ୍ରେମ ସମ୍ପର୍କରେ ପଡ଼ିିଯାଏ, ତେବେ ସେ ବି ଉପରୋକ୍ତ ପ୍ରସଙ୍ଗରେ ଅଧିକ ବିବ୍ରତ ହୋଇଉଠେ । କିଶୋରୀମାନେ ଅଧିକାଂଶ କ୍ଷେତ୍ରରେ ଏଭଳି ପ୍ରସଙ୍ଗକୁ ନେଇ ଖୁବ୍ ବ୍ୟଥିତ ହୋଇଥାନ୍ତି । କାରଣ କିଶୋରାବସ୍ଥାରେ ହରମୋନ୍ର ପରିବର୍ତ୍ତନ ଘଟିଥାଏ । ଏଣୁ ପ୍ରେମ ପ୍ରସଙ୍ଗରେ ଯୁବତୀମାନେ ଅଧିକ ସତର୍କ ରହିବା ଉଚିତ । ଆବଶ୍ୟକ ସ୍ଥଳେ ରିଲାକେସନ୍ ଓ ହିପନ ଥେରାପି ମାଧ୍ୟରେ ଅସୁରକ୍ଷିତ ମନୋଭାବର ଚିକିତ୍ସା କରାଇ ଦେବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ