ବ୍ୟବସାୟୀଙ୍କ ଆତ୍ମହତ୍ୟା
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ବ୍ଲକ ଦହିଖିଆ ଗ୍ରାମରେ ରହୁଥିବା ଜଣାଶୁଣା ପ୍ରତିଷ୍ଠିତ ବ୍ୟବସାୟୀ ସହିତ ଏକ ଭଦ୍ର ସରଳ ବ୍ୟକ୍ତି ଥିଲେ ବାଜି ପ୍ରଧାନ । ୨ବର୍ଷ କୋରନା ମହାମାରୀ ପାଇଁ ବ୍ୟବସାୟରେ ଅହେତୁକ କ୍ଷତି ହେବା ସହ, ଲକ୍ଷାଧିକ ଟଙ୍କା ବ୍ୟାଙ୍କର ଋଣ ବୋଝ ମୁଣ୍ଡ ଉପରେ ହୋଇଯାଇଥିଲା । ନିଜର ସମ୍ପତି, ବାଡ଼ି, ବ୍ୟବସାୟ ସଂସ୍ଥା ସବୁକିଛି ବିକ୍ରି ସାରିଥିଲେ ମଧ୍ୟ ଋଣ ସମ୍ପୂର୍ଣ୍ଣ ସୁଜି ପାରିନଥିଲେ । ସର୍ବଦା ମାନସିକ ଚାପରେ ରହି ଆସୁଥିଲେ । ଋଣ ବୋଝ କାରଣରୁ ଗତ କାଲି ମଧ୍ୟ ରାତିରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ଯାହା ସୂଚନା ରହିଛି । କାକଟପୁର ପୋଲିସ ଖବର ପାଇଁ ଘଟଣା ସ୍ଥାନରେ ପହଞ୍ଚି।ପରିବାର ଉପସ୍ଥିତି ରେ ପହଞ୍ଚି ରସିରେ ଝୁଲୁଥିବା ମୃତ ଶବକୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି ।


