ବ୍ୟବସାୟୀଙ୍କ ପରଲୋକ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ କାଳୀବଜାର ଠାରେ ଦୀର୍ଘବର୍ଷ ହେବ ବ୍ୟବସାୟ କରୁଥିଭା ଘଣ୍ଟା ଦୋକାନୀ ରବୀନ୍ଦ୍ର ଦେବତାଙ୍କ ପରଲୋକ ହୋଇଥିବା ଆଜି ଜଣାପଡିଛି । ତାଙ୍କ ଘର ବାଲିପୋଖରୀ ପଞ୍ଚାୟତ କୋରକରା ଗ୍ରାମର ହୋଇଥିବାବେଳେ ସେ କିଛିଦିନ ହେବ ଅସୁସ୍ଥ ଥାଇ ଘରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ ସୁଦ୍ଧା ସେଠାରେ ତାଙ୍କର ପରଲୋକ ଘଟିଥିବା ସୂଚନା ଦିଆଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ବ୍ୟକ୍ତି ଥିବାବେଳେ କାଳୀପୂଜା କମିଟିର ଜଣେ ଆଗଧାଡିର ସଦସ୍ୟ ଭାବେ କା୍ର୍ଯ୍ୟ କରୁଥିଲେ । ପରଲୋକ ଖବର ପାଇବା ପରେ ଭଣ୍ଡାରିପୋଖରୀ କାଳୀବଜାର କମିଟି ପକ୍ଷରୁ ଅନେକ ବ୍ୟବସାୟୀ ଓ ବୃଦ୍ଧିଜିବୀ ମାନେ କୋରକରା ଠାରେ ପହଞ୍ଚି ପାର୍ଥିବ ଶରୀରର ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ତାଙ୍କର ଅକସ୍ମାତ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।