ବ୍ୟବସାୟୀଙ୍କ ପରଲୋକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :  ହିଞ୍ଜିଳିକାଟୁ ପୈାରାଞ୍ଚଳର ଜଣାଶୁଣା ବ୍ୟବସାୟୀ   ଟି ଭାସ୍କର ପାତ୍ର(୮୭)ଙ୍କ ମଙ୍ଗଳବାର ନିଜ ବାସଭବନରେ ମୃତ୍ୟୁ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଗ୍ରେ ବସିଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ସଦସ୍ୟ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ସମୟରେ ତାଙ୍କରି ମୃତ୍ୟୁ ଘଟିଥିଲା । ଲୋକେ ଡାକ୍ତର ପାଖକୁ ନେଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ପାତ୍ର ୧୯୬୨ ମସିହାରେ କବିସୂର୍ଯ୍ୟନଗରରେ ଶିକ୍ଷକ ଭାବେ କାର୍ଯ୍ୟାରମ୍ଭ  କରିଥିଲେ । ଅବସର ପରେ ହିଞ୍ଜିଳିକାଟୁ ପୌରାଞ୍ଚଳରେ ବ୍ୟବସାୟ ଆରମ୍ଭ କରିବା ସହ ବେଶ ଖ୍ୟାତି ଅର୍ଜନ କରିଥିଲେ । ସେ ଜଣେ ପରୋପକାରୀ, ମେଳାପି ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିଲେ ।   ସ୍ବର୍ଗତ ପାତ୍ରଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ୩ ପୁଅ, ବୋହୁ, ନାତି ନାତୁଣୀ  ଉପସ୍ଥିତ ଥିଲେ । ସ୍ଥାନୀୟ ଘୋଡାହାଡ ନଦୀ ନିକଟସ୍ଥ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ