ବ୍ୟବସାୟୀଙ୍କ ମୃତ୍ୟୁ ସନ୍ଦେହ ଜନକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କଲେଜଛକ ନିକଟ ଉଦୟନଗର ଗ୍ରାମରେ ଭଡାଘରେ ରହୁଥିବା ଜନୈକ ବ୍ୟବସାୟୀଙ୍କ ମୃତ୍ୟୁ ସନ୍ଦେହ ଜନକ ବୋଲି ଅଭିଯୋଗ ହୋଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କୁହୁଡି ପଂଚାୟତର ନରେନ୍ଦ୍ରପୁର ଗ୍ରାମର ସଞ୍ଜୟ କୁମାର ପଲେଇ (୪୩) ଉଦୟନଗର ଗ୍ରାମରେ ଭଡାଘରେ ରହି ବ୍ୟବସାୟ କରନ୍ତି । ସେ ରବିବାର ଗ୍ରାମକୁ ଯାଇ ସନ୍ଧ୍ୟାରେ ଉଦୟନଗରସ୍ଥିତ ଭଡାଘରକୁ ଫେରିଆସି ରାତିରେ ଶୋଇଥିଲେ । ଆଜି ସକାଳୁ ତାଙ୍କ ଭଡାଘର କବାଟ ଡେରିପର୍ଯ୍ୟନ୍ତ ନଖୋଲିବାରୁ ଘରମାଲିକ ସଦର ଥାନାକୁ ଏସମ୍ପର୍କରେ ଜଣାଇବା ସହ ସଞ୍ଜୟଙ୍କ ଘରକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିଥିଲା । ଆସନ୍ତାକାଲି ଶବ ବ୍ୟବଛେଦ ହେବ ବୋଲି ଥାନାରୁ ସୂଚନା ମିଳିଛି । ପରିବାର ପକ୍ଷରୁ ସଞ୍ଜୟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ