ବ୍ୟବସାୟୀମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରତାପ ସାହୁ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ସରକାରଙ୍କ ଜିଏସ୍‌ଟିକୁ ବିରୋଧ କରି ସାରା ଭାରତବର୍ଷରେ ୨୦କୋଟି ବ୍ୟବସାୟୀ ଭାରତ ବନ୍ଦକୁ ସଫଳ କରିଥିବାରୁ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ସମସ୍ତ ଦୋକାନୀ, ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ସାହୁ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ଏକଚାଟିଆ ମନୋଭାବକୁ ଲୋକମାନେ ଆଜି ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଆଗକୁ ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବା ସହ ସାରା ଭାରତବର୍ଷର ଜିଏସ୍‌ଟି ବ୍ୟବସ୍ଥାକୁ ଅଚଳ କରିଦେବେ । ବଡ଼ ଦୁଃଖର କଥା କେନ୍ଦ୍ର ସରକାର କାହା ବୁଦ୍ଧିବଳରେ ଜନସାଧାରଣ ଓ ବେପାରୀମାନଙ୍କ ଉପରେ ଜିଏସ୍‌ଟି ଜିଜିଆ କର ଲଦି ଦେଉଛନ୍ତି ତାହା ଜଣାପଡୁନାହିଁ । ଆଜିର ଏହି ଅଦ୍ଭୁତ ବନ୍ଦ ସଫଳକୁ କେନ୍ଦ୍ର ସରକାର ହୃଦୟଙ୍ଗମ କରି ତୁରନ୍ତ ଆମ ଦାବିକୁ ମାନିନିଅନ୍ତୁ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ନହେଲେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ