ବ୍ୟବସାୟୀ ଙ୍କୁ ହତ୍ୟା ଉଦ୍ୟମ ଘଟଣା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁଞ୍ଜିକୟାଁ ଛକ ରେ ଜଳଖିଆ ଦୋକାନ କରିଥିବା ବ୍ୟବସାୟୀ କୃଷ୍ଣ ସାହୁଙ୍କୁ ହତ୍ଯା ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତ ଙ୍କୁ  ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ସାହାଣୀ ସାହିର ଶଙ୍କର ଦାସ।  ଥାନା ମାମଲା ନଂ. ନମ୍ବର ୪୨୭/୨୨ ପ୍ରକାରେ ଜାମିନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ପ୍ରକାରେ ଦିଗପହଣ୍ଡି ସୁନାରି ସାହିର କୃଷ୍ଣ ସାହୁ ପୁଞ୍ଜିକୟାଁ ଛକରେ ଜଳଖିଆ ଦୋକାନ କରିଥିବା ବେଳେ ଅଭିଯୁକ୍ତ ଶଙ୍କର ଓ ତା’ର କିଛି ସାଙ୍ଗ ବିଭିନ୍ନ ସମୟରେ ପଇସା ନଦେଇ ଜଳଖିଆ ଖାଇ ଚାଲିଯାଉଥିଲେ।ମଙ୍ଗଳବାର ସକାଳେ ଶଙ୍କର ଓ ତା’ର ଦୁଇ ସାଙ୍ଗ ପୁଣି ଏଭଳି କରୁଥିବା ବେଳେ ଦୋକାନୀ କୃଷ୍ଣ ସାହୁ ପଇସା ମାଗିଥିଲେ।ଫଳରେ ୩ ଯୁବକ ମିଶି ଦୋକାନୀଙ୍କୁ ଓଲଟି ଦାଦାବଟି ମାଗିବା ସହ ମାଡମାରି ତାଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ।ଏପରିକି ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଗୁଡିକୁ ଫିଙ୍ଗାଫୋପଡା କରିବା ସହ ଚୂଲିରେ ବସିଥିବା ଗରମ ତେଲ କଡେଇଟିକୁ କୃଷ୍ଣଙ୍କ ଉପରକୁ ଠେଲି ହତ୍ଯା ଉଦ୍ୟମ ମଧ୍ୟ କରିଥିଲେ।ଦୋକାନୀ ଜଣକ ଗରମ ତେଲ ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସିତ ପରେ ସେ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ