ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କଲା ଲକ୍ଷ୍ମୀ ନୃସିଂହ ବଣିକ ସଂଘ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଏକଦା ଗ୍ରୀନ୍ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀଙ୍କ ଫେରିବା ପରେ ରେଡ଼୍ ଜୋନ୍‌ରେ ପରିଣତ ହୋଇଛି । ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । । ୪ଟି ପର୍ଯ୍ୟାୟ ଲକ୍‌ଡ଼ାଉନ ଶେଷ ହେବା ପରେ ସରକାରଙ୍କ ପକ୍ଷରୁ ଚଳିତ ମାସ ପହିଲାରୁ ଅନଲକ୍‌-୧ ଜାରୀ କରାଯାଇଥିଲା ବର୍ତମାନ ଅନଲକ ୨ ସରି ଅନଲକ ୩ ଜାରି କରାଯାଇଅଛି । ଏହି ପ୍ରରିପ୍ରେକ୍ଷୀରେ ସ୍ଥାନୀୟ ପୌରାଂଚଳର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗତ ମାର୍ଚ୍ଚ ମାସ ୨୨ ତାରିଖ ଠାରୁ ଦୀର୍ଘ ୪ ମାସ ଧରି ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିତବାରୁ ବ୍ୟବସାୟୀ ମାନେ ମାନେ ହାତ ଯୋଡ଼ି ବସିଛନ୍ତି ଓ ପ୍ରତିଷ୍ଠାନ ମାନଙ୍କରେ ମହଜୁଦ ଥିବା ଜିନିଷପତ୍ର ନଷ୍ଟ ହୋଇଥିବା ଆଶଙ୍କା ସହ ଚଳିବା କଷ୍ଟକର ବୋଲି କହିଛନ୍ତି । ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ପୌରାଂଚଳ ଲକ୍ଷ୍ମୀ ନୃସିଂହ ବଣିକ ସଂଘର ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ କଟକଣାକୁ ପାଳନ କରି ନିଜ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ବଣିକ ସଂଘ ସ୍ଥାନୀୟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଥିଲୋ । ଜିଲ୍ଲାପାଳଙ୍କୁ ସହ ଆଲୋଚନା ପରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି କହିଥିଲେ । ଏ ନେଇ ବଣିକ ସଂଘ ପକ୍ଷରୂ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବି ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିଶ୍ୱମ୍ବର ସାହୁ, କୋଷାଧ୍ୟକ୍ଷ ପ୍ରତାପ କୁମାର ସାହୁ, ପ୍ରମୋଦ କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ସାହୁ, ଯୁଗଳ ପଣ୍ଡା, କିଶୋର ଚୌଧୁରୀ, ସିମାଂଚଳ ପାତ୍ର, ଜଗନ୍ନାଥ ସାହୁ, ତ୍ରିପତି ପାତ୍ର, କୋରାମଣି ରାଉଳ, ବାସୁଦେବ ଡ଼ାକୁଆ, ମନୋଜ ସାହୁ, ରଞ୍ଜନ ସାହୁ, ପ୍ରେମାନନ୍ଦ ପାଣିଗ୍ରାହୀ, ସିମାଂଚଳ ମୁନି, କାଳିଆ ମୁନି, ଧନୁ ଗୌଡ଼ଙ୍କ ସମେତ ସଂଘର ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ