ବ୍ୟବସ୍ଥା ପରିବର୍ତ୍ତନ ପାଇଁ ସ୍ୱାଭିମାନ ପାର୍ଟିର ଆହ୍ୱାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୭୨ ବର୍ଷରୁ ଉର୍ଦ୍ଧ ସମୟ ଧରି ଯେଉଁ ବ୍ୟବସ୍ଥା ଭିତରେ ଦେଶ ଚାଲିଛି ସେହି ବ୍ୟବସ୍ଥା ଦ୍ୱାରା ଦେଶ ଧିରେ ଧିରେ ପୁଞ୍ଜିପତିମାନଙ୍କ ହାତକୁ ଚାଲିଯାଉଛି । ଯାହାଫଳରେ ଲୋକଙ୍କର ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଲୋକଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ବିପର୍ଯ୍ୟୟ ହୋଇପଡ଼ିଛି । ଲୋକଙ୍କର ମତକୁ ଅର୍ଥାତ୍‍ ସ୍ୱାଧୀନତାକୁ ନିର୍ବାଚନ ସମୟରେ କିଣାଯାଉଛି । ସେଥିପାଇଁ ସ୍ୱାଭିମାନ ପାର୍ଟିର ବୈଠକରେ ଏହି ବ୍ୟବସ୍ଥା ପରିବର୍ତ୍ତନ ହିଁ ସମାଜ ବା ଦେଶରେ ସମ୍ପୂର୍ଣ୍ଣ କ୍ରାନ୍ତି ଅଣାଯାଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ କମଳଲୋଚନ ନାୟକ କହିଛନ୍ତି । ସ୍ୱର୍ଗୀୟ ବୈଦେଶିକ ମନ୍ତ୍ରୀ ସୁଷମାସ୍ୱରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ବୈଠକ ଆରମ୍ଭ କରାଗଲା । ସ୍ଥାନୀୟ କଳିଙ୍ଗବିହାର ଠାରେ ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ବେହେରା ରାଜ୍ୟରେ କିପରି ସଦସ୍ୟତା ଅଭିଯାନ କରାଯିବ ସେଥିପାଇଁ ତାଙ୍କର ବକ୍ତବ୍ୟ ରଖିଥିଲେ । ସମାଜସେବୀ ସୁନୀଲ୍‍ କୁମାର ପୁଷ୍ଟି ମୁଖ୍ୟ ଅତିଥିଭାବେ ଯୋଗଦେଇ କେବଳ ସ୍ୱାଭିମାନ ପାର୍ଟି ଭାରତର ଏକ ରାଜନୈତିକ ସଂସ୍କାର ଆଣିପାରିବ ବୋଲି ମତ ରଖିଥିଲେ । ବିଭୁନ୍ଦେନ୍ଦ୍ର ବିଦ୍ୟାଧର ଦଳକୁ ରାଜ୍ୟବ୍ୟାପୀ ପ୍ରଚାର ଓ ପ୍ରସାର କରାଯିବ ବୋଲି କହିଥିଲେ । ଶିଶିର କୁମାର ସାହୁ ଏହି ବୈଠକକୁ ପରିଚାଳନା କରିଥିଲେ । ଏହ ବୈଠକରେ ରାଜ୍ୟ ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ଯୋଗଦେଇ ଦେଶ ଓ ରାଜ୍ୟର ସାଂପ୍ରତିକ ମସ୍ୟାକୁ ନେଇ ବ୍ୟାପକ ଆଲୋଚନା କରିଥିବା ସହ କେନ୍ଦ୍ର ସରକାରଙ୍କ ଜାମ୍ମୁ କାଶ୍ମିରୀରୁ ଧାରା ୩୭୦କୁ ହଟାଇବା ନିଷ୍ପତ୍ତିକୁ ପ୍ରଶଂସା କରାଯାଇଥିଲା । ବୈଠକରେ ରାଜ୍ୟ କାର୍ଯ୍ୟକାରୀ କମିଟି କେତେକ ପଦପବଦୀ ଘୋଷଣା କରିଥିଲା । ଏହି କମିଟିରେ ପ୍ରଭାତ କୁମାର ବେହେରାଙ୍କୁ ଉପସଭାପତି, ଶିଶିର କୁମାର ସାହୁଙ୍କୁ ସମ୍ପାଦକ, ନିରାକାର ସାହୁଙ୍କୁ ସମ୍ପାଦକ ମହେନ୍ଦ୍ର କୁମାର ସାହୁଙ୍କ ଖୋର୍ଦ୍ଧା ଜିଲ୍ଲାର ସମ୍ପାଦକ ଭାବେ ଦଳର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଦଳ ପକ୍ଷରୁ ରାଜ୍ୟରେ ବ୍ୟବସ୍ଥା ପରିବର୍ତ୍ତନ ନେଇ କାର୍ଯ୍ୟ ହେବ ବୋଲି ପ୍ରକାଶ କରାଯାଇଥିଲା । ଭାରତ ଗୌରବ ମଧୁବାବୁଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଏକ ପ୍ରସ୍ତାବ ଗୃହୀତ ହୋଇଛି । ଆଗାମୀ ଦିନରେ ଦଳ ରାଜ୍ୟରେ ସଦସ୍ୟତା ସଂଗ୍ରହ ଅଭିଯାନ ଚଳାଇବ ଅଭିଯାନ ଚଳାଇବ ବୋଲି ନିଷ୍ପତ୍ତି ହୋଇଛି । ଓଡ଼ିଆ ଭାଷା ଆନ୍ଦୋଳନ ତରଫରୁ ସରକାରଙ୍କୁ କାର୍ଯ୍ୟକାରୀ କରିବା ପାଇଁ କଳାପତାକା ଅଭିଯାନ ମାଧ୍ୟମରେ ଯେଉଁ ଦାବି କରୁଛନ୍ତି ତାହାରକୁ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ୱାଭିମାନ ପାର୍ଟି ତରଫରୁ ଏକ ଦାବିପତ୍ର ଦେବେବୋଲି ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ