ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘ ଓ ପ୍ରେସକ୍ଳବ ପକ୍ଷରୁ ଚାରାରୋପଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବଡ଼ ଏକାଦଶୀ ତଥା ବିଶ୍ୱକର୍ମା ପୂଜା ଅବସରରେ ଶୁକ୍ରବାର ହିଞ୍ଜିଳିକାଟୁ ମା’ ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘ ଓ ପ୍ରେସକ୍ଳବ ପକ୍ଷରୁ ସ୍ଥାନୀୟ ବ୍ଳକ ଖରିଡ଼ା ପଞ୍ଚାୟତ ମା’ କରେଇଶୁଣୀ ପୀଠ ପରିସରରେ ବହୁ ଔଷଧୀୟ ଚାରାରୋପଣ କରାଯାଇଛି । ଜଳବାୟୁର ଆକସ୍ମିକ ପରିବର୍ତ୍ତନ ତଥା ପରିବେଶ ସନ୍ତୁଳନ ସକାଶେ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ପ୍ରେସକ୍ଳବ ସମ୍ପାଦକ ଦ୍ୱୀତିକୃଷ୍ଣ ପଣ୍ଡା କହିଥିଲେ । ଚାରାରୋପଣ ସହ ରୋପଣ ଚାରା ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମା’ ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘ ଉପସଭାପତି ଶୁସାନ୍ତ ପ୍ରଧାନ, ସମ୍ପାଦକ ଲାଲାଜି ମହାପାତ୍ର , କେରାମଣି ରାଉଳ, ଜଗନ୍ନାଥ ଭଞ୍ଜ, ଶୁସାନ୍ତ ସାହୁ, ପ୍ରତାପ କୁମାର ସାହୁ, ଜଗନ୍ନାଥ ଭଞ୍ଜ, ରଞ୍ଜନ ପ୍ରଧାନ, ପ୍ରଦୀପ ମହାରଣା, ସାମ୍ବାଦିକ ଶେଷଦେବ ସାହୁ, ବିଶ୍ୱମ୍ବର ସାହୁ, ପ୍ୟାରୀମୋହନ ପାଢି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ