ବ୍ୟାଙ୍କକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ
ଗଞ୍ଜାମ , (ୱାଇଏନ୍ଏସ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମର ଦେବରାଜ ରାଉଳଙ୍କ ନାତି ଶୁଭମ ରାଉଳ (୧୪) ବ୍ୟାଙ୍କକୁ ଯାଇ ନିଖୋଜ ହୋଇଯାଇଥିବା ନେଇ ଗଞ୍ଜାମ ଥାନାରେ ଏତଲା ହୋଇଛି। ନିଜ ଅଜାଙ୍କ ଘରେ ରହି ଶୁଭମ ଅଷ୍ଟମ ପାଠ ପଢୁ ଥିବା ବେଳେ , ଗତକାଲି ପ୍ରାୟ ୧୧ ଘାଣ୍ଟ ସମୟରେ ଛତ୍ରପୁରରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆକୁ ନିଜ ବ୍ୟାଙ୍କ ଖାତା ଧରି ଷ୍ଟାଇଫେନ ଟଙ୍କା ଉଠାଇବାକୁ ଯାଇଥିଲା । ମାତ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ପାଇନଥିଲେ ।ଏନେଇ ଆଇ ଅହଲ୍ୟା ରାଉଳ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗଞ୍ଜାମ ପୋଲିସ କେଶ ନଂ- ୫୬/୨୧ ମାମଲା ରୁଜ୍ଜୁ କରିଛି । ଶୁଭମ ଉଚ୍ଚତା ଚାରିଫୁଟ ତିନି ଇଞ୍ଚ ଥିବା ବେଳେ ସବୁଜ ରଙ୍ଗର ଟି-ସାର୍ଟ ମାଟିଆ ରଙ୍ଗର ଫୁଲ୍ ପ୍ୟାଣ୍ଟ ପିନ୍ଧିଥିବା ପରିବାର ଲୋକେ କହିଛନ୍ତି ।