ବ୍ୟାଙ୍କରୁ କାଳିଆ ସହାୟତା ଟଙ୍କା ନମିଳିବାରୁ ଆତ୍ମହତ୍ୟା କଲେ ଦମ୍ପତି, ସ୍ତ୍ରୀ ଥିଲେ ଗର୍ଭବତୀ
ବାଲେଶ୍ୱର,(ୱାଇଏନ୍ଏସ୍): ସମ୍ବାଦ ମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସିମୁଳିଆ ବ୍ଲକ, ଅଡା ପଞ୍ଚାୟତର ହଳସି ଗାଆଁର ଭୂମିହୀନ ଚାଷୀ ପର୍ଶୁରାମ ବିଶ୍ୱାଳ ବ୍ୟାଙ୍କ କତୃପକ୍ଷଙ୍କ ଅସହଯୋଗ କାରଣରୁ ବ୍ୟାଙ୍କରୁ କାଳିଆ ଟଙ୍କା ଉଠାଇ ନପାରିବାରୁ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଓ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଗର୍ଭବତୀ ସ୍ତ୍ରୀ ମଧ୍ୟ ଅନୁରୂପ ଭାବେ ବିଷ ପିଇ ଆତ୍ମହତ୍ୟା କରିବା ଖବର ପାଇବା ପରେ ବାଲେଶ୍ୱର ସାଂସଦ ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମହୋଦୟଙ୍କୁ ଫୋନ ମାଧ୍ୟମରେ ଘଟଣାର ବିଧିବଦ୍ଧ ତଦନ୍ତ ଓ ଦୋଷୀ ଅଧିକାରୀଙ୍କୁ ଦଣ୍ଡିତ କରିବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି । କୌଣସି ପରିସ୍ଥିତିରେ ସରକାରୀ ସହାୟତା ରାଶିକୁ ବ୍ୟାଙ୍କ ଅଟକାଇ ପାରିବ ନାହିଁ ତେବେ ୟୁକୋ ବ୍ୟାଙ୍କ ଉକ୍ତ ଶାଖାରେ କାହିଁକି ଏମିତି ଘଟିଲା? ଯାହାଫଳରେ ଜଣେ ହିତାଧିକାରୀ ସମେତ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଲା? ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଏହାର ଉଚିତ ନ୍ୟାୟବିଧାନ ନହେଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ସେ ସୂଚନା ଦେଇଛନ୍ତି ।

 
            
