ବ୍ୟାଙ୍କରୁ ବଡ଼ ଧରଣର ଡକାୟତି

କଟକ,(ଦୀପକ୍ କୁମାର ବେଉରା): କଟକ ନୟାସଡ଼କ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ୧୨ କୋଟି ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ । ସକାଳୁ ବନ୍ଧୁକ ଦେଖାଇ ଡକାୟତମାନେ ୧୨ କୋଟି ଟଙ୍କା ଲୁଟିନେଇଛନ୍ତି । ଘଟଣା ସ୍ଥଳରେ ଡିସିପି ପହଚିଂ ସିସିଟିଭି ଫୁଟେଜ ଆଧାରରେ ପଚରାଉଚରା କରୁଛନ୍ତି । ବ୍ୟାଙ୍କରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଡକାୟତି ହୋଇଛି । ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ ଭିତରକୁ ପଶି କର୍ମଚାରୀମାନଙ୍କୁ ଭୟଭୀତ କରି ୧୨କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଥିସହ ବହୁ ପରିମାଣର ସୁନାଗହଣା ମଧ୍ୟ ଲୁଟ ହୋଇଥିବା କୁହାଯାଉଛି । ଖବର ପାଇ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ମାମଲାର ଅନୁଧ୍ୟାନ କରିଥିବା ଜଣାଯାଇଛି । ସିସିଟିଭି ଫୁଟେଜ ଆଧାରରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ପୁଲିସ୍ ପଚରାଉଚରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ