ବ୍ୟାଙ୍କରେ ରହୁନାହିଁ ସାମାଜିକ ଦୂରତା
ହାଟଡ଼ିହି, (ଓ୍ବାଇଏନ୍ଏସ୍):କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସମଗ୍ର ମାନବ ସମାଜ ଏବେ କରୋନା ସହ ଲଢ଼େଇ ଜାରି ରଖିଥିବା ବେଳେ ସରକାର ସାମାଜିକ ଦୁରତାକୁ ଗୁରୁତ୍ୱ ଦେଇ ଅଫିସ ଗୁଡିକ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେବି ଲକଡାଉନ ଜାରି ରହିଛି । ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସାମାଜିକ ଦୁରତା ନରହିଲେ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିଦିଆଯାଉଛି । ଏପରିସ୍ଥଳେ ବ୍ୟାଙ୍କ ଗୁଡିକରେ ଗ୍ରାହକମାନେ ସାମାଜିକ ଦୁରତାକୁ ମାନୁ ନଥିବାରୁ ଆଗାମି ଦିନରେ କରୋନା ସଂକ୍ରମଣକୁ କିପରି ମୁକାବିଲା କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।