ବ୍ୟାଙ୍କରେ ଲିଙ୍କ ଫେଲ , ଗ୍ରହାକ ସେବା ଠପ୍

ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରରେ ଥିବା ସମସ୍ତ ବ୍ୟାଙ୍କ ଗୁଡିକରେ ବାରମ୍ବାର ଲିଙ୍କ ଫେଲ ହେବା ଯୋଗୁଁ ଗ୍ରାହାକ ସେବା ସମ୍ପୁର୍ଣ୍ଣଭାବେ ଠପ୍ ହୋଇଯାଇଛି । ଘଣ୍ଟା ଘଣ୍ଟା ଧରି ଗ୍ରାହାକମାନେ ବ୍ୟାଙ୍କ ମଧ୍ୟରେ ଅପେକ୍ଷା କରିଥିଲେ ସୁଦ୍ଧା ଲିଙ୍କ ଅଚଳ ଯୋଗୁଁ କୌଣସି କାମ ହୋଇପାରୁ ନାହିଁ । ତେଣୁ ଗ୍ରହକ ମାନଙ୍କ ଠାରେ ଦିନ ତମାମ ବ୍ୟାଙ୍କରେ ନିଜର ଆର୍ଥିକ କାରବାର ପାଇଁ ଅପେକ୍ଷା କରି ରହୁଥିବାର ମଧ୍ୟ ଦେଖିବାକୁ ମିଳିଛି । ସେହିପରି ଗ୍ରାମାଞ୍ଚଳ ଗୁଡିକରୁ ବସ୍ ଯୋଗେ ଆସିଥିବା ବିଭିନ୍ନ ଗ୍ରାହାକମାନେ ଦୀର୍ଘ ସମୟ ଅପେକ୍ଷା କରିବାପରେ ନୀରାଶ ହୋଇ ଖାଲି ହାତରେ ମଧ୍ୟ ଫେରୁଛନ୍ତି । ଏହିପରି ଲିଙ୍କଫେଲ ଘଟଣା ଆଜିର ନୁହେଁ ବାରମ୍ବାର ଏପରି ଘଟଣା ବ୍ୟାଙ୍କ ମାନଙ୍କରେ ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡି ସହରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ , ଇଣ୍ଡିଆନ ବ୍ୟାଙ୍କ , ଆନ୍ଧ୍ର ବ୍ୟାଙ୍କ , କପଜେ୍ଞାରେଶନ ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ , ଆଇଡିବିଆଇ ବ୍ୟାଙ୍କ ଇତ୍ୟାଦି ଜାତୀୟ ଏବଂ ଘରୋଇ ବ୍ୟାଙ୍କ ରହିଥିବାବେଳେ ଏହି ବ୍ୟାଙ୍କ ଗୁଡିକ ଉପରେ ପାରଳାଖେମୁଣ୍ଡି ବ୍ୟତୀତ ନିକଟସ୍ଥ ଅଞ୍ଚଳର ଗ୍ରାହାକମାନେ ମଧ୍ୟ ନିର୍ଭର କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ