ବ୍ୟାଙ୍କିଂ ସିଷ୍ଟମରେ ୭ଠହଜାର କୋଟିର ଅଭାବ

ମୁମ୍ବାଇ, (ଏଜେନ୍ସି): ସ୍ୱଳ୍ପ ସରକାରୀ ଖର୍ଚ୍ଚ ଓ ଅଧିକ ନିର୍ବାଚନୀ ଖର୍ଚ୍ଚ କାରଣରୁ ବ୍ୟାଙ୍କିଂ ସିଷ୍ଟମରେ ୭୦ହଜାର କୋଟି ଟଙ୍କାର ଲିକ୍ୟୁଡ଼ିଟିରେ ହ୍ରାସ୍ ହୋଇଛି । ଏହାଦ୍ୱାରା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ରେକର୍ଡ଼ ପୁଞ୍ଜି କମିବା ଓ ଶୁଳ୍କ ହାରରେ ହ୍ରାସ୍ ପରି ଉପାୟର ପ୍ରଭାବ କମିଯାଇଛି । ଆକ୍ସିସ୍ ବ୍ୟାଙ୍କ୍ର ମୁଖ୍ୟ ଅର୍ଥଶାସ୍ତ୍ରୀ ସୌଗାତ ଭଟ୍ଟାଚାର୍ଯ କହିଛନ୍ତି ଯେ ସିଷ୍ଟମରେ ଲିକ୍ୟୁଡିଟିରେ କିଛି ହ୍ରାସ୍ ଘଟିଛି । ଯାହାକି ବର୍ଷର ଏହି ସମୟରେ ସାମାନ୍ୟ । ସେ ଆହୁରି କହିଛନ୍ତି ଯେ ଏହାର କାରଣ ସ୍ୱଳ୍ପ ଖର୍ଚ୍ଚ କାରଣରୁ ସରକାରଙ୍କର ଆର୍ବିଆଇ ସହିତ ଅପେକ୍ଷାକୃତ ଅଧିକ ବାଲାନ୍ସ ହେବାର ସମ୍ଭାବନା ରହିଛି । ଅଧିକ କ୍ୟାସ୍ ଉଠାଣ, ଦୁର୍ବଳ ବିଦେଶୀ ମୁଦ୍ରା ଆଗମନ ଓ ବ୍ୟାଙ୍କ୍ର ଉଚ୍ଚ ସିଆର୍ଆର୍ (କ୍ୟାସ୍ ରିଜର୍ଭ ରେସିଓ) ବାଲାନ୍ସ ପରି ଅନ୍ୟ କାରକ ମଧ୍ୟ ରହିଛି । ବ୍ଲ୍ୟୁମବର୍ଗର ଆକଳନ ଅନୁସାରେ ଏପ୍ରିଲ୍ ୧୬ରେ ଡେଫିସିଟ୍ ୭୦,୨୬୬କୋଟି ଟଙ୍କା ଥିଲା । ହେଲେ ଏପ୍ରିଲ୍ ୩ରେ ଏହା ୩୧,୩୯୬କୋଟି ଟଙ୍କା ଥିଲା । ଏହି ଅବଧିରେ ସିଷ୍ଟମରେ, ବିମୁଦ୍ରୀକରଣ ପରେ ମଧ୍ୟ ସିଷ୍ଟମରେ ୩୩,୪୦୦କୋଟିରୁ ନେଇ ୮୪,୬୦୦କୋଟି ପର୍ଯ୍ୟନ୍ତ କ୍ୟାସ୍ ସର୍ପ୍ଲସ୍ ଥିଲା । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ରେ ବରିଷ୍ଠ ଅର୍ଥଶାସ୍ତ୍ରୀ ଉପାସନା ଭରଦ୍ୱାଜ୍ କହିଛନ୍ତି ଯେ ଲିକ୍ୟୁଡିଟିରେ ଅଭାବ ଦ୍ୱାରା ମୁଦ୍ରାନୀତିର ସହଜ ପରିବର୍ତ୍ତନରେ ବାଧକ ହେବ । ଡେଫିସିଟ୍ ବଢ଼ିବାର ଏକ ପ୍ରାଥମିକ କାରଣ ସରକାରଙ୍କ ଖର୍ଚ୍ଚରେ ଅପ୍ରତ୍ୟାଶିତ ଅଭାବ ହେବାର ସମ୍ଭାବନା ରହିଛି । ସରକାରଙ୍କ ନିକଟରେ କ୍ୟାସ୍ ବାଲାନ୍ସ ସର୍ପ୍ଲସ୍ ୧୬ଏପ୍ରିଲ୍ରେ ୪୭,୩୩୩କୋଟି ଟଙ୍କା ଥିଲା । ଯାହାକି ଗତ ବର୍ଷ ଏହି ଅବଧିରେ ଶୁନ୍ୟ ଥିଲା । ବିଶେଷଜ୍ଞଙ୍କ ଅନୁସାରେ ଏପ୍ରିଲ୍ ଶେଷ ସପ୍ତାହ ସୁଦ୍ଧା ଲିକ୍ୟୁଡିଟିରେ ଅଭାବ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ହେବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ