ବ୍ୟାଙ୍କ ଅଧିକାରୀଙ୍କ ବୈଠକ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାଙ୍କ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଦେବଦତ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ବ୍ୟାଙ୍କ ଅଧିକାରୀମାନେ ଯୋଗଦେଇଥିଲେ । ବିଶେଷକରି ଏସଏଚଜି ମହିଳା ମାନଙ୍କ ଋଣ ସମ୍ପର୍କୀୟ ସୁବିଧା ଅସୁବିଧା ବାବଦରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ସରକାର ଘୋଷଣା କରୁଥିବା ଋଣ ବ୍ୟାଙ୍କ ଜରିଆରେ ଗ୍ରୁପକୁ ମିଳୁନଥିବା ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ସମନ୍ୱୟ ବୈଠକ ଗୁରୁତ୍ୱବହନ କରିବ ବୋଲି ସୂଚନା ଦିଆଯାଇଛି । ଉକ୍ତ ବୈଠକରେ ବ୍ୟାଙ୍କ ଅଧିକାରୀଙ୍କ ସହିତ ମହିଳା ଓ ଶିଶୁ ବିକାଶ ଅଧିକାରୀ, ମିଶନ ଶକ୍ତି ବିଭାଗ ଅଧିକାରୀମାନେ ଯୋଗଦେଇଥିବାବେଳେ ଓଡିଶା ଜୀବିକା ମିଶନ ଭାରପ୍ରାପ୍ତ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


