ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ଲୁଟେରାଙ୍କ ଉଦ୍ୟମ ପଣ୍ଡ

ରାଇରଙ୍ଗପୁର(ଯୁଗାବ୍ଦ ନ୍ୟୁଜ) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗୋରୁମହିଷାଣୀ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ,ଇଚିଣ୍ଡା ବ୍ରାଞ୍ଚର ଏଟିଏମ୍ ଲୁଟ୍ ଉଦ୍ୟମ ଘର ମାଲିକଙ୍କ ପ୍ରତିବାଦରେ ଉଦ୍ୟମ ପଣ୍ଡ ହୋଇଯାଇଛି ‌ । ପ୍ରକାଶ ଥାଉକି ମଙ୍ଗଳବାର ରାତି ୨.୫୦ ପାଖାପାଖି ସମୟରେ ଜଣେ ମୁହଁରେ ଧଳା କପଡା ପିନ୍ଧା ଲୁଟେରା ଏକ ରଡ଼ ସାହାଯ୍ୟରେ ଏଟିଏମ୍ ଭାଙ୍ଗୁଥିଲା ଏଟିଏମ୍ ରୁ କିଛି ଅଂଶ ଭାଙ୍ଗି ଦେଇଥିଲା ।ଏଟିଏମ୍ ହୋଇଥିବା ଘର ମାଲିକ ଶବ୍ଦ ଶୁଣି କବାଟ ଖୋଲି ଘର ବାହାର ଶିବିର ବାଟେ ଓହ୍ଲାଇ ଚୋର ଚୋର କହି ଚିତ୍କାର କରିଥିଲା । ଲୁଟେରା ତା’ପାଖରେ ଥିବା ଲୁହା ରଡ଼ ଧରି ମାରିବାକୁ ଗୋଡ଼ାଇ ଥିଲା । ମାଲିକ ଡରି ଘରକୁ ଦଓଡି ପଳାଇଥିଲେ ।ଲୁଟେରା ଜଣକ ମାଲିକ ଉପରକୁ ରଡ଼ ଫୋପାଡି ଥିଲା ।ହେଲେ ରଡ଼ ତାଙ୍କ ଦେହରେ ବାଜିଲା ନାହିଁ ।ଅଳ୍ପକେ ବର୍ତ୍ତିଲେ ।ପରେ ଘର ଉପରକୁ ଯାଇ ଚୋର ଚୋର ଚିତ୍କାର କରିଥିଲା ।ପରେ କିଛି ଲୋକ ଚିତ୍କାର ଶୁଣି ଆସି ପହଞ୍ଚିଲେ । ସେତେବେଳକୁ ଲୁଟେରା ଜଣକ ଖସି ପଳାଇଥିଲା ।ଆଜି ସକାଳେ ଘଟଣା ସ୍ଥଳରେ ପୋଲିସ ଓ ବ୍ୟାଙ୍କ ମେନେଜର ପହଞ୍ଚି ଥିଲେ ।ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ ।ଏଟିଏମ୍ ରେ ୧୧,୪୫୦୦୦ ଟଙ୍କା ଥିଲା ।ତାହା ଲୁଟରୁ ବଂଚିତ ହେଲା । ରାଇରଙ୍ଗପୁର ସହରରେ ଦିନକୁ ଦିନ ରାତି ଲୁଟେରାଙ୍କ ପାଲା ଭାରି ପଡୁଛି ।କିଛି ମାସ ପୂର୍ବେ ବସଷ୍ଟାଣ୍ଡ ବିଦେଶୀ ମଦ ଦୋକାନ ସଟଟର ଟେକି ୫୦ ରୁ ଉର୍ଦ୍ଧ୍ବ ମଦ ପେଟି ମୁଖାପିନ୍ଧା ଲୁଟେରା ନେଇ ଯାଇଥିଲେ । ସେହିଭଳି କିଛି ଦିନ ତଳେ ରାତି ୧୦.୩୦ ରେ ରାଇରଙ୍ଗପୁର ମୁଖ୍ୟ ବଜାରରେ ପାନ ମସଲା ବ୍ୟବସାୟୀ ଙ୍କୁ ବଂଧୁକ ଦେଖାଇ ୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ୪ମୁଖାଧାରୀ ଲୁଟ୍ କରି ନେଇଥିଲେ ।ପୁଣି ମୁଖା ନାରୀଙ୍କ ଏଟିଏମ୍ ଲୁଟ୍ ଘଟଣା ସହରବାସୀଙ୍କ ଚିନ୍ତା ବଢାଇ ଦେଇଛନ୍ତି । ସହରର ମୁଖ୍ୟ ରାସ୍ତାରେ ଏଭଳି ଘଟଣା ପୋଲିସର ମଧ୍ୟ ମୁଣ୍ଡବ୍ୟଥାର କାରଣ ସୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ