ବ୍ୟାଙ୍କ ଅଫ ଇଣ୍ଡିଆ କରଞ୍ଜିଆଶାଖାର ୫୦ ତମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର ଓ ସେବା କାର୍ଯ୍ୟ
କରଞ୍ଜିଆ,(ଜିତେନ୍ଦ୍ର ରାଜ):୧୯୭୪ ମସିହା ଠାରୁ କରଞ୍ଜିଆ ଠାରେ ସ୍ଥାପିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ର ୫୦ ତମ ପ୍ରତିଷ୍ଠା ଦିବସ ବା ସୁବର୍ଣ୍ଣ ଜୟନ୍ତୀ ଆଜି ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି
ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ସର୍ବପ୍ରଥମେ ସକାଳ ୧୦ ଘଟିକା ସମୟରେ ବ୍ୟାଙ୍କ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଓ ପରେ ବ୍ୟାଙ୍କ ପକ୍ଷରୁ କରଞ୍ଜିଆ ବ୍ଲକ ଅଞ୍ଚଳ ରେ ଥିବା ଆଶ୍ରମ ର ଅନ୍ତେବାସୀ ଛୋଟ ଛୋଟ ଶିଶୁ ଙ୍କୁ ଜୋତା ଓ ଚପଲ ବଣ୍ଟନ କରାଯାଇଥିଲା
କାର୍ଯ୍ୟକ୍ରମ ଗୁଡିକ ରେ ବ୍ୟାଙ୍କ ଅଫ ଇଣ୍ଡିଆ କରଞ୍ଜିଆ ଶାଖା ର ସିନିୟର ବ୍ରାଞ୍ଚ ମ୍ୟାନେଜର ସୁଶାନ୍ତ କୁମାର ମେହେର,ବ୍ୟବସାୟୀ ତଥା ସମାଜସେବୀ ଗୋବିନ୍ଦ ସାମନ୍ତରାୟ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମହମ୍ମଦ ସୁଲେମାନ, ସହକାରୀ ମ୍ୟାନେଜର ଦିପକ ଜେନା, ମୋନାଲିଶା ସାହୁ, ପଦ୍ମଳଚନ ମହାନ୍ତ, ଶାନ୍ତି କୁସୁମ, ଦୀପଙ୍କର ଟୁଡୁ, ବ୍ରଜବିହାରୀ ସାହୁ, ପୁଲିନ ମହାନ୍ତ, ଧରିତ୍ରୀ ମଲ୍ଲିକ ପ୍ରମୁଖ ରକ୍ତଦାନ କରିବା ସହିତ ଉପସ୍ଥିତ ରହିଥିଲେ
ରକ୍ତଦାନ ଶିବିର ରେ ମୋଟ ୩୦ ୟୁନିଟ ରକ୍ତସଂଗ୍ରହ ହୋଇଥିଲା
କରଞ୍ଜିଆ ଉପଖଣ୍ଡ ରକ୍ତଭଣ୍ଡାର ଅଧିକାରୀ ଡ଼ଃ ଗୌରାଙ୍ଗ ନାୟକ ଉପସ୍ଥିତ ହୋଇ ରକ୍ତଦାତା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଉତ୍ସାହିତ କରିଥିଲେ
ପରେ ବ୍ୟାଙ୍କ ପକ୍ଷରୁ ଆଶ୍ରମ ଅନ୍ତେବାସୀ ଙ୍କୁ ଜୋତା,ଚପଲ ଓ ଖାଦ୍ୟସମଗ୍ରୀ ବଣ୍ଟନ କରାଯାଇଥିଲା
ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ବ୍ୟାଙ୍କ ର ଏମଡି ସାହାଵାଜ, ସନ୍ତୋଷ ବେହେରା,ଦେବାଶିଷ ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ରକ୍ତଭଣ୍ଡାର କର୍ମଚାରୀ ଗାୟତ୍ରୀ ସାହୁ, ରଜତ ମହାକୁଡ଼, ସୁମନ୍ତ ମହାନ୍ତ, ତ୍ରିଲୋଚନ ମହାନ୍ତ ରକ୍ତସଂଗ୍ରହ କରିଥିଲେ.


