ବ୍ୟାଙ୍କ ଅଫ ବରୋଦା ର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ୟାଙ୍କ ଅଫ ବରୋଦା ର ୧୧୪ତମ ପ୍ରତିଷ୍ଠା ଦିବସ ଛତ୍ରପୁର ଶାଖା କାର୍ଯ୍ୟାଳୟ ପରିସରରେ କୋଭିଡ ନୀୟମ ପ୍ରକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ଅଫ ବରୋଦା ଛତ୍ରପୁର ଶାଖାର ପ୍ରବନ୍ଧକ ବଳରାମ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାଖାର ସହ ପ୍ରବନ୍ଧକ ସମାପ୍ତି ପଣ୍ଡାଙ୍କ ନେତୃତ୍ୱ ବ୍ୟାଙ୍କ କର୍ମଚାରୀ ମାନେ ସ୍ଥାନୀୟ ଦାମିୟାନ ନଗର ରେ ଥିବା କୁଷ୍ଠରୋଗୀ ମାନଙ୍କୁ ମିଷ୍ଟାନ ବଣ୍ଟନ କରିବା ସହ କରୋନାରୁ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ସଚେତନତା କରାଯାଇଥିଲା । ଏହା ସହ ବ୍ୟାଙ୍କ ପରିସରରେ ମଧ୍ୟ ଗ୍ରାହକ ଏବଂ କର୍ମଚାରୀ ମାନଙ୍କ ଉପସ୍ଥିତ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଯୋଗଦେଇ ବିଭିନ୍ନ ସଚେତନତା କରାଇଥିଲେ । ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସମାଜସେବା , ଗ୍ରାହକ ମାନଙ୍କୁ ଉତ୍ତମ ବ୍ୟବହାର ଓ ସୁବିଧା ଯୋଗାଇଦେବା ନିମନ୍ତେ କର୍ମଚାରୀ ମାନଙ୍କୁ ସହ-ପ୍ରବନ୍ଧକ ଶ୍ରୀମତି ପଣ୍ଡା ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ଶତପଥୀ, ପ୍ରଦପ୍ତ ରାମୁ, ଦେବକୀ ସେଠୀ, ମୋନାଲିସା ବେହରୋ, ଶରତ ଚନ୍ଦ୍ର ଶତପଥୀ , ସୋମନାଥ ବେହେରା,ମାଳତୀ ସାହୁ ଓ ସରସ୍ୱତୀ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭ ଛତ୍ରପୁର ରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବ୍ୟାଙ୍କ ପକ୍ଷରୁ ସହ-ପ୍ରବନ୍ଧକ ବୁଲି ପ୍ରତିଷ୍ଠା ଦିବସ ଉପରେ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ