ବ୍ୟାଙ୍କ କ୍ୟାସ୍ ଭ୍ୟାନ୍ରୁ ୪୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ
ଭୂବନେଶ୍ୱର , ଦୁବୁର୍ତ୍ତମାନେ ଇଣ୍ଡିଆନ କ୍ୟାସ ଭ୍ୟାନରୁ ୪୫ୁ ଲକ୍ଷ ଟଙ୍କା ଲୁଟ୍ କରି ଘଟଣା ସ୍ଥଳରୁ ଚମ୍ପଟ ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି ଭୂବନେଶ୍ୱର ରାଜଧାନୀ ଉପକଣ୍ଠରେ । କ୍ୟାସ ଭ୍ୟାନଟି ନଖରା ଛକ ଠାରୁ ନିଆଳି ରାସ୍ତାରେ ଏଭଳିଘଟଣା ଘଟିଛି । ମିଳିଥିବା ଖବର ଅନୁଯାୟୀ ପୂର୍ବରୁ ଦୁବୁର୍ତ୍ତମାନେ ଭ୍ୟାନରୁ ଟଙ୍କା ହରିଲୁଟ କରିବା ନିମନ୍ତେ ପ୍ରସ୍ତତ ରହିଥିଲେ ।ସିନର୍ଜି କଲେଜ ନିକଟରେ ଏଭଳି ୪ ରୁ ୫ ଜଣ ଦୁବୁର୍ତ୍ତ କର୍ମଚାରୀ ମାନଙ୍କୁ ନିସ୍ତୁକ ମାଡ ମାରିବା ସହ ଭ୍ୟାନର କାଚ ଭାଙ୍ଗିଦେଇଥିଲେ । ଏହା ପରେ ୪୫ ଲକ୍ଷ ଟଙ୍କା ଧରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ ।ଏହି ଭ୍ୟାନଟି ନିଆଳିରୁ ଭୁବନେଶ୍ୱର ସହିଦ ନଗରକୁ ଆସୁଥିଲା ।


