ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ : ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ମହିଳା ମହାସଂଘ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମଧୂସୂଦନପୁର ଗ୍ରାମର ଏମବିକେ ମହିଳା ମହାସଙ୍ଘ ଅଜାଣତରେ ସଙ୍ଘର ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୋଇ ଯାଇଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସଙ୍ଘର ସଦସ୍ୟାମାନେ । ସେମାନଙ୍କ ଅଭିଯୋଗ ହେଲା ସଙ୍ଘର ସଭାପତି ଓ ସମ୍ପାଦକଙ୍କ ବିନା ଦସ୍ତଖତରେ ତାଙ୍କ ଅଜାଣତରେ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଯାଇଛି । ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଙ୍ଘର ସଦସ୍ୟାମାନେ ଦାବି କରିଛନ୍ତି । ଏହା ସହ ଉକ୍ତ ଋଣ ଟଙ୍କା ପରିଶୋଧ କରିଥିବା ଟଙ୍କା ମଧ୍ୟ ଭିଆର୍ଏଫ ଖାତାରେ ଜମା ନକରି ସେହି ଟଙ୍କା ନିଜେ ଖର୍ଚ୍ଚ କରିଛି ବୋଲି ଅଭିଯୋଗ ହୋଇଛି । ଏପରି ଏପ୍ରିଲ ମାସ ଠାରୁ ଆଜି ପର୍ଯ୍ୟନ୍ତ ମହାସଂଘର ବିନା ଅନୁମତିରେ ଓ ଅନୁପସ୍ଥିତ ରହି ଏହି ପ୍ରକାର ଭୁଲ କାର୍ଯ୍ୟ ଗୁଡିକ କରୁଅଛି । ଏହି ଅର୍ଥ ହେରଫେରରେ ଗୋଷାଣୀ ବିପିଏମ୍ ମମତା କୁମାରୀ ରାଉଳ ସମ୍ପୃକ୍ତ ଥିବାର ଜଣାପଡୁଛି ବୋଲି ଉଲ୍ଲେଖ କରିଛନ୍ତି । ତେଣୁ ତାଙ୍କୁ ତଦନ୍ତ ପରିସର ଭୁକ୍ତକରି ଆମ୍ଭ ମହାସଙ୍ଘକୁ ଉକ୍ତ ଟଙ୍କା ଫେରସ୍ତ କରାଯାଉ ଏବଂ ମହାସଙ୍ଘରୁ ଏମ୍ବିକେ ପଦବୀରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ।