“ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିବାକୁ ଚାଲିଛି ପ୍ରତିଯୋଗିତା ସାମାଜିକ ଦୂରତାକୁ ମାନୁଛି କିଏ ?”
ତିର୍ତୋଲ,(ଅଭିଷେକ ତ୍ରିପାଠୀ):ଜିଲ୍ଲା ରେ ଥିବା ଅନେକ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଗୁଡିକରେ ପ୍ରବେଶ କରିବାକୁ ନେଇ ଏକପ୍ରକାର ନିର୍ଦ୍ଧିଷ୍ଟ ନିୟମାବଳି ଥିବାବେଳେ, ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ରାହାମା ହେଉ ଅବା ତିର୍ତୋଲ କି ଜିଲ୍ଲାର ସଦର ମହକୁମା ସବୁଠି କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରାଯାଉଥିବାବେଳେ ଏହାର ପ୍ରତିବାଦ କରିବାକୁ ଯେ ସତେଯେପରି ଜିଲ୍ଲା ପ୍ରଶାସନ ସ୍ଥାଣୁ ପାଲଟିଛି l ବିଭିନ୍ନ ବ୍ୟାଙ୍କ ଆଗରେ ସହ ସହ ଲୋକେ ଭିଡ ଜମାଇ ବ୍ୟାଙ୍କ ଭିତରକୁ ପ୍ରବେଶ ଉପରେ କଟକଣା ଥିବା ସତ୍ୱେ ସତେ ଯେପରି ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିବାକୁ ଏକପ୍ରକାର ପ୍ରତିଯୋଗିତା ଚାଲିଛି l ଏଭଳି ଘଟଣା ପ୍ରତିଦିନ ମାନ ଘଟୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି l ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ସରକାରଙ୍କର କୋଭିଡ ଗାଇଡଲାଇନ କୁ ଉଲ୍ଲଙ୍ଘନ କରି ବରିଷ୍ଠ ନାଗରିକ ମାନେ ମଧ୍ୟ ଭିଡ କରୁଥିବl ଦେଖିବାକୁ ମିଳିଛି l ଶ୍ରୀ ନିରଞ୍ଜନ ନାୟକ, ବୟସ ୭୨ ପ୍ରକାଶ କରନ୍ତି ଯେ, କରୋନା ପାଇଁ ତିନି ମାସ ହେବ ପେନସନ ଟିକକ ନେଇନପାରିବାରୁ ଆଜି ବ୍ୟାଙ୍କ ଆସିଥିଲି, ହେଲେ ଏଠି ଦଳା ଚକଟା ରେ କିଭଳି ଭାବରେ ବ୍ୟାଙ୍କ କୁ ଯିବି ତାହା ଜାଣି ହେଉନାହିଁ l ବ୍ୟାଙ୍କ କର୍ତ୍ତୃପକ୍ଷ ଏଠି ଆମ ମାନଙ୍କ ପାଇଁ କିଛି ନିର୍ଦ୍ଧିଷ୍ଟ ବ୍ୟବସ୍ଥା କଲେ ଆମ୍ଭେମାନେ ସୁରୁଖୁରୁରେ ଆସି ନିଜ ନିଜର କାର୍ଯ୍ୟ କରିପାରିବୁ l


