ବ୍ୟାଙ୍କ ମିତ୍ର ବୈଠକ ଅନୁଷ୍ଠିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ଦୁର୍ଗା ମଣ୍ଡପ ଠାରେ ବ୍ୟାଙ୍କମିତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ସମ୍ପାଦକ ରମେଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫିଆ ଅଧିକାରୀ ସୌରସି ମହାନ୍ତି ଓ ବିଶ୍ୱକଲ୍ୟାଣ ପଟେଲ ଯୋଗଦେଇ ଆର୍ଥିକ ପରିଚାଳନା ବାବଦରେ ବ୍ୟାଙ୍କ ମିତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏଥିରେ ବ୍ୟାଙ୍କ ମିତ୍ର ତ୍ରିଲୋଚନ ବେହେରା, ମନୋଜ ସାହୁ, ଧରଣୀଧର ବେହେରା, ସରୋଜ ସାମଲ, ସାବିତ୍ରୀ ବେହେରା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୩୫ଜଣ ବ୍ୟାଙ୍କ ମିତ୍ର ଯୋଗଦେଇଥିଲେ । ଆୟୋଜିତ ବୈଠକକୁ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ